କିଟ୍‌ ଯୋଗୁ ସାରା ବିଶ୍ୱରେ ନିନ୍ଦିତ ହେଲା ଓଡ଼ିଶା, ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବାକୁ ଦାବି

ଛାତ୍ରୀ ମୃତ୍ୟୁକୁ ନେଇ ଆଜି ବି ଅଶାନ୍ତ ରହିଛି କିଟ୍‌। ଛାତ୍ରଛାତ୍ରୀମାନେ ପ୍ରଚଣ୍ଡ ଖରାରେ ବସି ନୀରବ ପ୍ରତିବାଦ କରିଛନ୍ତି।

Achyuta

ଅଚ୍ୟୁତ ସାମନ୍ତ ଓ ବିଧାୟକ ବାବୁ ସିଂହ

Jitendra Garnayak
  • Published: Tuesday, 18 February 2025
  • Updated: 18 February 2025, 04:48 PM IST

Sports

Latest News

ଛାତ୍ରୀ ଆତ୍ମହତ୍ୟା ଘଟଣାରେ କିଟ୍‌ ଅଶାନ୍ତ ଥିବା ବେଳେ ଆଜି ବିଧାନସଭାରେ ଉଠିଛି ଏହି ପ୍ରସଙ୍ଗ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଥିବା ବେଳେ ବିଜେପି ବିଧାୟକ ବାବୁ ସିଂହ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି। ସେହିପରି ଅଚ୍ୟୁତଙ୍କୁ ନେଇ ପୂର୍ବର ବିଜେଡି ସରକାରଙ୍କୁ ଘେରିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ।

ବିଧାନସଭାରେ ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ ଘଟଣାର ନ୍ୟାୟିକ ତଦନ୍ତ କରାଯାଉ। ଯଦି ନ୍ୟାୟିକ ତଦନ୍ତ କରା ନ ଯିବ ସେ ଗୃହରେ ଧାରଣା ଦେବେ। କିଟ୍‌ ପାଇଁ ସାରା ବିଶ୍ୱରେ ଓଡ଼ିଶା ନିନ୍ଦିତ ହେଲା। ନେପାଳ ସହ ଓଡ଼ିଶାର ସମ୍ପର୍କ ପୁରୁଣା। ଜଗନ୍ନାଥଙ୍କ କସ୍ତୁରୀ ସେଠାରୁ ଆସେ। ନେପାଳୀ ଛାତ୍ରଛାତ୍ରୀଙ୍କୁ ଯେପରି ବାଡ଼େଇଲେ ତାହା ନିନ୍ଦନୀୟ। ଦିଲ୍ଲୀ ଦରବାର ଆଜି ଏଥିପାଇଁ ପଡୁଛି, ଉଠୁଛି। ଯେଉଁ ଭିଡିଓ ସବୁ ଭାଇରାଲ୍‌ ହେଉଛି, ଦେଖିଲେ କାନ୍ଦ ଲାଗୁଛି।

ସେହିଭଳି ଗୃହରେ କିଟ୍ ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରି ବିଧାୟକ ବାବୁ ସିଂହ କହିଥିଲେ ଯେ କିଟ୍‌ର ଏଭଳି ଆଚରଣ ପାଇଁ ଓଡ଼ିଶା ଭାରତ ବର୍ଷରେ ଲଜ୍ଜିତ ହୋଇଛି। ବାହାର ଦେଶର ପିଲାଙ୍କୁ ଦୁର୍ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ। କିଟ୍‌ କର୍ତ୍ତୃପକ୍ଷଙ୍କ ପ୍ରରୋଚନାରେ ଏସବୁ କାର୍ଯ୍ୟ ହୋଇଥିବ। ତୁରନ୍ତ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯାଉ।

ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ, କିଟ୍‌ରେ ଯେଉଁ ଘଟଣା ଘଟିଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କିଟ୍‌ ମାଲିକ କେଉଁ ଦଳର ଥିଲେ? କିଏ ତାଙ୍କୁ କୋଳରେ ବସାଇଥିଲେ? ପରୀ, ମମତା, ମାହାଙ୍ଗା ଘଟଣାରେ ବିଜେଡି ବିଧାୟକ ସାମିଲ ଥିଲେ। ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କିଛି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ। ଆଜି ଆଇନଶୃଙ୍ଖଳା ପାଠ ପଢ଼ାଉଛନ୍ତି। ଏହା ହାସ୍ୟାସ୍ପଦ।

ଅଶାନ୍ତ ରହିଛି କିଟ୍‌

ଛାତ୍ରୀ ମୃତ୍ୟୁକୁ ନେଇ ଆଜି ବି ଅଶାନ୍ତ ରହିଛି କିଟ୍‌। ଛାତ୍ରଛାତ୍ରୀମାନେ ପ୍ରଚଣ୍ଡ ଖରାରେ ବସି ନୀରବ ପ୍ରତିବାଦ କରିଛନ୍ତି। କିପରି ନେପାଳୀ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବା ପାଇଁ ବାଧ୍ୟ କରାଯାଇଥିଲା, ମାଡ଼ ମରାଯିବ ସହିତ ସେମାନଙ୍କଠାରୁ କିପରି ମୋବାଇଲ୍ ଫୋନ୍ ଓ ଲ୍ୟାପ୍‌ଟପ୍ ଛଡ଼ାଇ ନିଆଯାଇଥିଲା ଓ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ପ୍ରଥମେ ପୁଲିସ୍‌କୁ ଡକାଯାଇନଥିବା ଆଦି କଥା ସେମାନେ ଗଣମାଧ୍ୟମ ଆଗରେ ବଖାଣିଛନ୍ତି। ହଷ୍ଟେଲ ୱାର୍ଡେନ ଜୟନ୍ତୀ ନାଥ ଓ ମଞ୍ଜୁସା ପାଣ୍ଡେଙ୍କ ସାଧାରଣରେ ଆସି କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ପଡ଼ୋଶୀ ନେପାଳର ବଜେଟଠାରୁ କିଟର ସଂପତ୍ତି ଅଧିକ କହି ସେମାନେ ଛାତ୍ରୀମାନଙ୍କ ସ୍ୱରକୁ ଚପାଇ ଦେବା ପାଇଁ ଉଦ୍ୟମ କରିଥିଲେ, ସେ କଥା ବି କହିଛନ୍ତି ଛାତ୍ରଛାତ୍ରୀ। ଏହି ଛାତ୍ରଛାତ୍ରୀମାନେ ଘଟଣାର ନିପେକ୍ଷ ତଦନ୍ତ ଦାବି କରିଛନ୍ତି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିଛି ଲୁଚାଇବାକୁ ଉଦ୍ୟମ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ସେହିଭଳି ହଷ୍ଟେଲ ଛାଡ଼ିବାକୁ କୁହାଯାଇଥିବା ନେପାଳୀ ଛାତ୍ରଛାତ୍ରୀଙ୍କୁ ଫେରିଆସିବାକୁ କୁହାଯାଇଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଥିବା ବେଳେ ହଷ୍ଟେଲରେ ରହିବାକୁ ସେମାନଙ୍କୁ ଅଣ୍ଡରଟେକିଂ ଦେବାକୁ କୁହାଯାଇଥିବା ଅଭିଯୋଗ ହୋଇଛି।

ଦୁଃଖ ପ୍ରକାଶ କଲା କିଟ୍‌

ଛାତ୍ରୀ ମୃତ୍ୟୁ ମାମଲାରେ କିଟ୍‌ ଦୁଃଖ ପ୍ରକାଶ କରିବା ସହିତ ଏନେଇ ସଫେଇ ଦେଇଛି। ତଦନ୍ତ ପରେ ୨ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ତୁରନ୍ତ ବହିଷ୍କାର କରାଯାଇଛି ବୋଲି କୁହାଯାଇଛି। ସେହିପରି ହଷ୍ଟେଲ ଦାୟିତ୍ୱରେ ଥିବା ୨ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ୟୁନିଭର୍ସିଟି ପରିସରରେ ଥିବା ଇଣ୍ଟରନେସନାଲ୍ ରିଲେସନ୍‌ସ ଅଫିସର ଜଣେ ବରିଷ୍ଠଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। କ୍ୟାମ୍ପସରୁ ଯାଇଥିବା ପିଲାଙ୍କୁ ତୁରନ୍ତ ହଷ୍ଟେଲ ଅଣାଯାଇଛି। ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଥିପାଇଁ କିଟ୍ ଦୁଃଖିତ ବୋଲି କୁହାଯାଇଛି। 

ନେପାଳ ରାଷ୍ଟ୍ରଦୂତ ଓ ଅଚ୍ୟୁତଙ୍କ ଆଲୋଚନା

ଇତି ମଧ୍ୟରେ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତଙ୍କ ସହ ନେପାଳ ରାଷ୍ଟ୍ରଦୂତ କଥା ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ କିଟ୍‌ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ନେଇ ତାଙ୍କୁ ଅବଗତ କରାଇଛନ୍ତି ଅଚ୍ୟୁତ। କର୍ମଚାରୀଙ୍କୁ ନିଲମ୍ବନ ଓ VCଙ୍କ କ୍ଷମାପ୍ରାର୍ଥନା ନେଇ ଅଚ୍ୟୁତ ଅବଗତ କରାଇଥିବା ଜଣାପଡ଼ିଛି।

ଜାତୀୟ ମାନବାଧିକାର କମିଶନରେ ମାମଲା

କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ଫେରାଦ ହୋଇଛନ୍ତି ସାମାଜିକ କର୍ମୀ ସୁବ୍ରତ ଦାଶ। ସେ କମିଶନଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ସେ ଗୃହ ସଚିବ, ଡିଜିପି ଓ କମିଶନରେଟ୍‌ ପୁଲିସକୁ ପକ୍ଷଭୁକ୍ତ କରିଛନ୍ତି। ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଲେଖିଛନ୍ତି।

ମୃତ ଛାତ୍ରୀଙ୍କ ବାପା ଆଣିଲେ ସାଂଘାତିକ ଅଭିଯୋଗ

ମୃତ ଛାତ୍ରୀ ପ୍ରକୃତିଙ୍କ ବାପା ସୁନୀଲ ଲାମସାଲ୍‌ କହିଛନ୍ତି, ନେପାଳୀ ପିଲାଙ୍କୁ ଡାକି ଆଣି କଲେଜ ଦୁର୍ବ୍ୟବହାର କରୁଛି। KIIT ପକ୍ଷରୁ ଅନେକ ଥର ନେପାଳରେ କାର୍ଯ୍ୟକ୍ରମ ହୋଇଛି। କାର୍ଯ୍ୟକ୍ରମରେ KIITରେ ପାଠ ପଢ଼ାଅ ଓ ଭଲ ସ୍କୋପ୍‌ ଅଛି ବୋଲି କହୁଥିଲେ। ପ୍ରତି ସେମିଷ୍ଟର ବାବଦକୁ ଟଙ୍କା ନେଉଥିଲେ। ସୁରକ୍ଷା ବ୍ୟବସ୍ଥା ଭଲ ବୋଲି କହୁଥିଲେ। ନେପାଳରୁ ପିଲା ଆସି ପଢ଼ିବା ପରେ ତାଙ୍କୁ କଲେଜ ଦୁର୍ବ୍ୟବହାର କରୁଛି। ଉଚ୍ଚ ଶିକ୍ଷା ପାଇଁ ଝିଅକୁ ଏତେ ଦୂର ପଠାଇଥିଲୁ। ଓଡ଼ିଶା ସରକାର ଓ ପୁଲିସ ଉପରେ ଭରସା ଅଛି। ନ୍ୟାୟ ପାଇବୁ ବୋଲି ଆଶା କରୁଛୁ। ମୋ ଝିଅ ଆଉ ନାହିଁ। କିନ୍ତୁ ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି ଏମିତି ନହେଉ।

ନୂଆ ନୁହେଁ କିଟ୍‌ରେ ଆତ୍ମହତ୍ୟା

କିଟ୍‌ରେ ଆତ୍ମହତ୍ୟା ନୂଆ ନୁହେଁ। ପୂର୍ବରୁ ବି ହୋଇଛି ଆତ୍ମହତ୍ୟା। ୨୦୨୪ରେ ଏଠାରେ ଦୁଇ ଜଣ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେହିପରି ୨୦୨୩ରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିଲେ। ପୁଲିସ ସୂତ୍ରରୁ ଏହି ସୂଚନା ମିଳିଛି।

ନେପାଳରେ ପ୍ରତିବାଦ

କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ନେପାଳରେ ଆଜି ପ୍ରତିବାଦ କରାଯାଇଛି। କାଠମାଣ୍ଡୁରେ ନେପାଳି କଂଗ୍ରେସ ଛାତ୍ର ସଂଘ ପକ୍ଷରୁ କିଟ୍‌ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି।  

ନେପାଳର ମୃତ ଛାତ୍ରୀ ପ୍ରକୃତି ଲାମସାମ ବିଟେକ୍ ତୃତୀୟ ବର୍ଷରେ ପଢୁଥିଲେ। ତାଙ୍କୁ ହଇରାଣ କରିଥିବା ଛାତ୍ର ଉତ୍ତରପ୍ରଦେଶର ଅଦ୍ୱିକ ଶ୍ରୀବାସ୍ତବ ମଧ୍ୟ ସେହି ବିଟେକ ତୃତୀୟ ବର୍ଷରେ ପଢୁଛନ୍ତି। କିଛି ବର୍ଷ ଧରି ସେମାନଙ୍କ ଭିତରେ ପ୍ରେମ ସଂପର୍କ ରହିଥିବାବେଳେ ଭାଲେଣ୍ଟାଇନ ଡେ’ରେ ଫାଟ ସୃଷ୍ଟି ହୋଇଥିଲା। ପ୍ରକୃତିଙ୍କୁ ଅଦ୍ୱିକ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ପ୍ରକୃତିଙ୍କ କିଛି ଭିଡିଓ ଓ ଫଟୋ ରଖି ବ୍ଲାକମେଲିଂ କରିଥିଲେ ଅଦ୍ୱିକ। ଏନେଇ ପ୍ରକୃତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ପ୍ରକୃତି। କିନ୍ତୁ କର୍ତ୍ତୃପକ୍ଷ ଏହାର ସଠିକ୍ ସମାଧାନ ନ କରି ଅଣଦେଖା କରିବା ଯୋଗୁ ନେପାଳୀ ଛାତ୍ରୀ ପ୍ରକୃତି ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ବିଦେଶର ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ପାଇଁ ୟୁନିଭର୍ସିଟି ପରିସରରେ ଇଣ୍ଟରନେସନାଲ୍ ରିଲେସନ୍‌ସ ଅଫିସ ବା IRO ଥିଲେ ସଂପୃକ୍ତ ଅଧିକାରୀମାନେ ମୃତ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ହଇରାଣ କରୁଥିବା ଅଭିଯୋଗ ଉପରେ ଧ୍ୟାନ ଦେଇନଥିଲେ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ ଆଣିଛନ୍ତି। ବରଂ ମୃତ ଛାତ୍ରୀର ଶବକୁ ହଷ୍ଟେଲ ଓ ଲାଇବ୍ରେରୀ ଭଳି ଅଂଚଳକୁ ସ୍ଥାନାନ୍ତର କରି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରାଯାଇଥିଲା ବୋଲି କେତେକ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story