Advertisment

ଫ୍ଳାଟ ଦେବା ନାଁରେ ଠକେଇ; ବନ୍ଧା ହେଲେ ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ

ଚନ୍ଦକା ଅଞ୍ଚଳରେ ଫ୍ଲାଟ୍ ଦେବାକୁ କହି ୨୦୧୬ ମସିହାରେ ସ୍ୱଦେଶଙ୍କଠାରୁ୧୬ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା ସଂସ୍ଥା।

author-image
Tapaswini Nayak
ଅଦ୍ୟତନ ହୋଇଛି
santosh rath

santosh rath

ଫ୍ଲାଟ ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗରେ ରିୟଲ ଇଷ୍ଟେଟ କମ୍ପାନୀ ମିଶ୍ର କ୍ରିଏସନ ପ୍ରାଇଭେଟ ଲିମିଟେଡ଼ର ଅତିରିକ୍ତ ନିର୍ଦ୍ଦେଶକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ। ରସୁଲଗଡ ଅଞ୍ଚଳର ସ୍ୱଦେଶ ରାୟ ଚୌଧୁରୀଙ୍କ ଅଭିଯୋଗ କ୍ରମେ ସନ୍ତୋଷ କୁମାର ରଥଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଛି ।

Advertisment

ଅଭିଯୋଗ ଅନୁସାରେ, ଚନ୍ଦକା ଅଞ୍ଚଳରେ ଫ୍ଲାଟ୍ ଦେବାକୁ କହି ୨୦୧୬ ମସିହାରେ ସ୍ୱଦେଶଙ୍କଠାରୁ୧୬ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା ମିଶ୍ର କ୍ରିଏସନ ପ୍ରାଇଭେଟ ଲିମିଟେଡ଼। ୩୦ ମାସ ମଧ୍ୟରେ ଫ୍ଲାଟ ଦେବେ ନ ହେଲେ ଟଙ୍କା ଫେରାଇ ବୋଲି ଚୁକ୍ତି ବି କରିଥିଲା ସଂସ୍ଥା। ହେଲେ ୮ ବର୍ଷ ବିତିଯାଇଥିଲେ ବି ସ୍ୱଦେଶଙ୍କୁ ଫ୍ଳାଟ ମିଳି ନଥିଲା କି ଟଙ୍କା ଫେରସ୍ତ କରି ନଥିଲା ସଂସ୍ଥା। ଏନେଇ ଇଓଡବ୍ଲ୍ୟୁ ଅଭିଯୋଗ କରିଥିଲେ ସ୍ୱଦେଶ। ଇଓଡବ୍ଲ୍ୟୁ ଘଟଣାର ତଦନ୍ତ କରି ସନ୍ତୋଷ କୁମାର ରଥକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସଂସ୍ଥାର ୟୁଟୋପିଆ ପ୍ରକଳ୍ପରେ ଫ୍ଲାଟ ଦେବାକୁ ମାର୍କେଟିଂ ଦାୟିତ୍ୱରେ ଥିଲେ ସନ୍ତୋଷ।

ସୂଚନା ଅନୁସାରେ,ଏହି ସଂସ୍ଥା ଫ୍ଲାଟ ଦେବା ନାଁରେ ୧୩୦ ଜଣଙ୍କ ଠାରୁ ୧୫ କୋଟିରୁ ଅଧିକ ଟଙ୍କା ଅଗ୍ରୀମ ନେଇଥିବା ଜଣାପଡ଼ିଛି।

Advertisment
Criminal Arrested EOW