Advertisment

ଫନି ଟଙ୍କା ହଡ଼ପ କରିଥିଲେ, ଏବେ ଗିରଫ ହେଲେ

ଆଇଡିବିଆଇ ବ୍ୟାଙ୍କରେ ଋଣ ନାଁରେ ହୋଇଥିବା ଠକେଇ ଘଟଣାରେ ପିପିଲି ଦାଣ୍ଡମୁକୁନ୍ଦପୁର ବ୍ରାଞ୍ଚର ପୂର୍ବତନ ମ୍ୟାନେଜର ଓ ଆଉ ଜଣଙ୍କୁ ଗିରଫ କରାଯାଇଛି।

author-image
Hemant Lenka
IDBI

IDBI

ଓଡ଼ିଶା ସମେତ ସାରା ଦେଶକୁ ଦୋହଲାଇ ଦେଇଥିବା ଫନି ବାତ୍ୟା ପୀଡ଼ିତଙ୍କୁ ବି ଛାଡ଼ି ନଥିଲେ। ଫନି ପ୍ରଭାବିତଙ୍କୁ ସହାୟତା କରିବା ନାଁରେ କୋଟି କୋଟି ଟଙ୍କା ଚଳୁ କରିଥିବା ଦୁଇ ଜଣଙ୍କୁ ଗିରଫ କରିଛି ଓଡ଼ିଶା ପୁଲିସ୍‌ କ୍ରାଇମବ୍ରାଞ୍ଚର ଅର୍ଥନୀତିକ ଅପରାଧିକ ଶାଖା ବା EOW।

Advertisment

ଆଇଡିବିଆଇ ବ୍ୟାଙ୍କରେ ଋଣ ନାଁରେ ହୋଇଥିବା ଠକେଇ ଘଟଣାରେ ପିପିଲି ଦାଣ୍ଡମୁକୁନ୍ଦପୁର ବ୍ରାଞ୍ଚର ପୂର୍ବତନ ମ୍ୟାନେଜର ଓ ଆଉ ଜଣଙ୍କୁ ଗିରଫ କରାଯାଇଛି। ବ୍ୟାଙ୍କର ପୂର୍ବତନ ମ୍ୟାନେଜର ସରୋଜକାନ୍ତ ବେହେରା ଓ ସହଯୋଗୀ ଆଞ୍ଜେଲ ମିଶ୍ର ଗିରଫ ହୋଇଛନ୍ତି। ଏମାନେ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୩୫ ଜଣଙ୍କୁ ଋଣ ଦେବା ନାଁରେ ୩.୭୦ କୋଟି ଠକେଇ କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ପୂର୍ବତନ ମ୍ୟାନେଜର ସରୋଜକାନ୍ତ ସହଯୋଗୀ ଆଞ୍ଜେଲ ମିଶ୍ରଙ୍କୁ ମୋହରା କରି ୩ କୋଟି ୭୦ ଲକ୍ଷ ଟଙ୍କା ଚଳୁ କରିଥିଲେ। ପିପିଲି ବିଡିଓ ଅଫିସରୁ ସହାୟତା ନାଁରେ ଏତେ ପରିମାଣର ଟଙ୍କା ଠକେଇ କରାଯାଇଥିଲା। ଗତ ଗୁରୁବାର ବ୍ୟାଙ୍କର ଆସେଷ୍ଟ ଅଫିସର ତନ୍ମୟ ମହାରଣା ଏହି ଋଣ ଠକେଇ ମାମଲାରେ ଗିରଫ ହୋଇଥିଲେ।

Advertisment

୨୦୧୮ ମସିହାରୁ ଏହି ଠକେଇ ଆରମ୍ଭ ହୋଇଥିଲା। ବ୍ଲକ ଅଫିସରେ ଫନି ମୁକାବିଲା ପାଇଁ ଥିବା ଆକାଉଣ୍ଟରୁ ୩ ଅଭିଯୁକ୍ତ ୩ କୋଟି ୭୦ ଲକ୍ଷ ଟଙ୍କା ହଡ଼ପ କରାଯାଇଥିଲା। ୩ ଅଭିଯୁକ୍ତ ପ୍ରଥମେ ପରିବାର ସଦସ୍ୟ ଓ ସାଙ୍ଗ ମାନଙ୍କ ନାଁରେ ବ୍ୟାଙ୍କରୁ ୩୫ଟି ମୁଦ୍ରା ରୁଣ ଜରିଆରେ ଟଙ୍କା ଉଠାଇଲେ। ସେହି ଟଙ୍କାକୁ ଶୁଝିବା ପାଇଁ ଫନି ଆକାଉଣ୍ଟ ଟଙ୍କାକୁ ହଡ଼ପ କରି ବ୍ୟାଙ୍କରେ ଡିପୋଜିଟ କରିଥିଲେ।

ଏନେଇ ତତ୍କାଳୀନ ବ୍ୟାଙ୍କ ମ୍ୟାନେଜର ସନ୍ଦୀପ ପଟ୍ଟନାୟକ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା। ଏହାପରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି।

Odisha EOW