Advertisment

୧୦ ବର୍ଷରେ ମଲେଣି ୮୫୭ ହାତୀ

ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଶ୍ନରେ ଶ୍ରୀ ସିଂଖୁଣ୍ଟିଆ କହିଛନ୍ତି, ୧୦ ବର୍ଷରେ ୩୦ଟି ଶିକାର ହୋଇଛନ୍ତି। ରେଳ ଦୁର୍ଘଟଣାରେ ୨୯ଟି, ପ୍ରତିହିଂଶା ପରାୟଣ ଦ୍ୱାରା ୧୬ ହାତୀ ମୃତ୍ୟୁବରଣ କରିଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Elephants

୧୦ ବର୍ଷ ମଲେଣି ୮୫୭ ହାତୀ। ସେଥି ମଧ୍ୟରୁ ୩୦୫ ହାତୀ ରୋଗର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବେଳେ ୧୪୯ ହାତୀ ବିଦ୍ୟୁତ ଆଘାତ ମୃତ୍ୟୁବରଣ କରିଛନ୍ତି। ପ୍ରାକୃତିକ କାରଣରୁ ୨୨୯ ହାତୀ ମୃତ୍ୟୁବରଣ କରିଛନ୍ତି। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ।

Advertisment

ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଶ୍ନରେ ଶ୍ରୀ ସିଂଖୁଣ୍ଟିଆ କହିଛନ୍ତି, ୧୦ ବର୍ଷରେ ୩୦ଟି ଶିକାର ହୋଇଛନ୍ତି। ରେଳ ଦୁର୍ଘଟଣାରେ ୨୯ଟି, ପ୍ରତିହିଂଶା ପରାୟଣ ଦ୍ୱାରା ୧୬ ହାତୀ ମୃତ୍ୟୁବରଣ କରିଛନ୍ତି। ୨୦୨୪ ନମଭେମ୍ବ ସୁଦ୍ଧା ରାଜ୍ୟରେ ହାତୀ ସଂଖ୍ୟା ୨୧୦୩ ରହିଛି। ୨୦୧୫ ମସିହାରେ ଥିଲେ ୧୯୫୪ ହାତୀ। ୨୦୧୭ ମସିହାରେ ସଂଖ୍ୟା ବଢି ୧୯୭୬ ପହଁଚିଥିଲା। ଆଉ ୨୦୨୪ ରେ ସଂଖ୍ୟା ବଢି ୨୦୯୮ରେ ପହଞ୍ଚିଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି।

Elephant Death