Advertisment

ଓଡ଼ିଶାରୁ ଗିରଫ ହେଲେ କେରଳର ୪ ଗଞ୍ଜେଇ ମାଫିଆ

କେରଳ ପାଲକୋଟ ଅଞ୍ଚଳର ୪ ଗଞ୍ଜେଇ ମାଫିଆ ମୋହନାରେ ଡେରା ପକାଇଥିଲେ। ମାଫିଆମାନେ ବାଲିପଙ୍କଠାରେ ଏକ କଣ୍ଟେନରରେ ୨୦୮ କେଜି ଗଞ୍ଜେଇ ଲୋଡ୍‌ କରୁଥିଲେ।

Mohana

Mohana

Advertisment

ଓଡ଼ିଶାରୁ ଗିରଫ ହେଲେ କେରଳର ୪ ଗଞ୍ଜେଇ ମାଫିଆ। ସେମାନେ ଗଜପତି ଜିଲ୍ଲାରୁ ତାମିଲନାଡୁକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୁଲିସ୍‌ ମାଡ଼ି ବସିଲା। ପୁଲିସ୍‌ ସେମାନଙ୍କୁ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ, କାର ଓ ଲକ୍ଷାଧିକ ଟଙ୍କା ଜବତ କରିଛି।

Advertisment

କେରଳ ପାଲକୋଟ ଅଞ୍ଚଳର ୪ ଗଞ୍ଜେଇ ମାଫିଆ ମୋହନାରେ ଡେରା ପକାଇଥିଲେ। ମାଫିଆମାନେ ବାଲିପଙ୍କଠାରେ ଏକ କଣ୍ଟେନରରେ ୨୦୮ କେଜି ଗଞ୍ଜେଇ ଲୋଡ୍‌ କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ମୋହନା ଥାନା ପୁଲିସ୍‌ ସେଠାରେ ପହଞ୍ଚି କଣ୍ଟେନରରେ ଲୋଡ୍‌ ହେଉଥିବା ଗଞ୍ଜେଇ ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ। ଏହି ଅଭିଯୋଗରେ ପୁଲିସ୍‌ କେରଳର ୪ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିଲା।

ପୁଲିସ୍‌ ଅଭିଯୁକ୍ତଙ୍କଠାରୁ ପୁଲିସ୍‌ ଗୋଟିଏ କାର, ନଗଦ ୧ ଲକ୍ଷ ୫ ହଜାର ଟଙ୍କା, ୮ଟି ଏଟିଏମ କାର୍ଡ, ୬ଟି ମୋବାଇଲ ଓ ୨ଟି ୱାକିଟକି ଜବତ କରିଛି। ଜବତ ହୋଇଥିବା ଗଞ୍ଜେଇ ବାଲିପଠାରୁ ତାମିଲନାଡୁ ଚାଲାଣ ହେଉଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଆଗକୁ ଏହି ଅଭିଯାନ ଜାରି ରହିବ ବୋଲି ଗଜପତି ଅତିରିକ୍ତ ଏସ୍‌ପି ସୁନିଲ ମହାନ୍ତି କହିଛନ୍ତି।

Advertisment

ରିପୋର୍ଟ-ମୋହନାରୁ ମିହିର ଜତି

Gajapati District
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe