Advertisment

ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବେଳେ ମାଡ଼ିବସିଲା ଓଡ଼ିଶା

ଜଳେଶ୍ୱର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀରୁ ବେଆଇନ୍‌ ଭାବେ ଜେସିବି ସାହାଯ୍ୟରେ ଦିନ ରାତି ବାଲି ଉତ୍ତୋଳନ କରାଯାଉଛି। ଏହି ବାଲି ପଡ଼ୋଶୀ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଛି।

Jaleswar

Jaleswar

Advertisment

ଓଡ଼ିଶାରୁ ପଶ୍ଚିମବଙ୍ଗକୁ ବେଆଇନ୍‌ ଭାବେ ମୋରମ ଓ ବାଲି ଚାଲାଣ ହେଉଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ବାଲେଶ୍ୱର ଉପଜିଲ୍ଲାପାଳ ପ୍ରଥମେଶ ରାଜସିକ୍ରେଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଅଚାନକ ଜଳେଶ୍ୱର ଓ ବସ୍ତାର ବିଭିନ୍ନ ସ୍ଥାନରେ ଚଢଉ କରିଥିଲା। ଚଢ଼ଉ ସମୟ ନଦୀରୁ ବାଲି ଲୋଡ୍‌ ହେଉଥିବା ଦେଖିବାକୁ ମିଳିଥିଲା। ଏହା ପରେ ପୁଲିସ୍‌ ୩ଟି ହାଇୱା, ୪ ଟି ଡମ୍ପର ଓ ଗୋଟିଏ ଜେସିବି ଜବତ କରିଥିଲା। ଜବତ ହୋଇଥିବା ବାଲି ଓ ମୋରମ ପଶ୍ଚିମବଙ୍ଗ ଯାଇଥାଆନ୍ତା।

Advertisment

ସୂଚନାରୁ ପ୍ରକାଶ ଜଳେଶ୍ୱର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀରୁ ବେଆଇନ୍‌ ଭାବେ ଜେସିବି ସାହାଯ୍ୟରେ ଦିନ ରାତି ବାଲି ଉତ୍ତୋଳନ କରାଯାଉଛି। ଏହି ବାଲି ପଡ଼ୋଶୀ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଛି। ଠିକ୍‌ ସେହିପରି ବେଆଇନ୍‌ ଭାବେ ରାଇବଣିଆ ଅଞ୍ଚଳରୁ ମୋରମ୍‌ ଖୋଳାଇ ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଛି। ଏଥିପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ଆଉ ମାଫିଆମାନେ ମାଲାମାଲ୍‌ ହେଉଛନ୍ତି।

ବେଆଇନ୍‌ ଭାବେ ଚାଲାଣ ହେଉଥିବା ବାଲି ଓ ମୋରମ ସମ୍ପର୍କରେ ଅଞ୍ଚଳବାସୀ ବାରମ୍ୱାର ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରୁଥିଲେ। ହେଲେ ପ୍ରମାଣ ଅଭାବରୁ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ତେବେ ଶୁକ୍ରବାର ରାତିରେ ଦଳେବଳେ ଅଚାନକ ଚଢ଼ଉ କରି ଟ୍ରକ୍‌ ଓ ଜେସିବି ଜବତ କରିବାରେ ସଫଳ ହୋଇଛି।

Advertisment

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe