Advertisment

ହରିଆଣାରୁ ଦୁଇ ଏଟିଏମ୍‌ ଲୁଟେରା ଗିରଫ

କଟକ: କମିଶନରେଟ ପୋଲିସ୍‌ ଆଜି ଦୁଇ ଜଣ ଏଟିଏମ୍‌ ଲୁଟେରାଙ୍କୁ ହରିଆଣାର ମେୱାଟରୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ ଗୋଟିଏ କାର, ବନ୍ଧୁକ ଓ ୭ ରାଉଣ୍ଡ ଗୁଳି ଜବତ କରିଛି। ଗିରଫ ସମୟରେ ପୋଲିସ ସହିତ ଏଟିଏମ୍‌ ଲୁଟେରାଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି। ସେ କହିଛନ୍ତି,“ଏହି ଦୁଇ ଲୁଟେରା କଟକ ଗଣ୍ଡରପୁର ଏଟିଏମ୍‌ରୁ ୧୬ ଲକ୍ଷ ୭୬ ହଜାର ଟଙ୍କା ଲୁଟ୍‌ କରିଥିଲେ। ଏହାଛଡ଼ା ବାଲେଶ୍ୱର, […]

ହରିଆଣାରୁ ଦୁଇ ଏଟିଏମ୍‌ ଲୁଟେରା ଗିରଫ

khoranaya

Advertisment

କଟକ: କମିଶନରେଟ ପୋଲିସ୍‌ ଆଜି ଦୁଇ ଜଣ ଏଟିଏମ୍‌ ଲୁଟେରାଙ୍କୁ ହରିଆଣାର ମେୱାଟରୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ ଗୋଟିଏ କାର, ବନ୍ଧୁକ ଓ ୭ ରାଉଣ୍ଡ ଗୁଳି ଜବତ କରିଛି। ଗିରଫ ସମୟରେ ପୋଲିସ ସହିତ ଏଟିଏମ୍‌ ଲୁଟେରାଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି।

Advertisment

ସେ କହିଛନ୍ତି,“ଏହି ଦୁଇ ଲୁଟେରା କଟକ ଗଣ୍ଡରପୁର ଏଟିଏମ୍‌ରୁ ୧୬ ଲକ୍ଷ ୭୬ ହଜାର ଟଙ୍କା ଲୁଟ୍‌ କରିଥିଲେ। ଏହାଛଡ଼ା ବାଲେଶ୍ୱର, ଭଦ୍ରକ ଓ ଢେଙ୍କାନାଳ ଅଞ୍ଚଳ ବିଭିନ୍ନ ଏଟିଏମ୍‌ ଲୁଟ୍‌ ଘଟଣାରେ ଏମାନେ ସମ୍ପୃକ୍ତ ଅଛନ୍ତି। ଏହି ଗ୍ୟାଙ୍ଗର ଅନ୍ୟ ୪ ଏବେ ମଧ୍ୟ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe