ବିଚାରାଧୀନ କଏଦୀଙ୍କ ଦେହରେ ଲାଗିବ ଜିପିଏସ୍

ଏପରି ଏକ ପ୍ରସ୍ତାବ ଜେଲ୍‌ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଜେଲ୍‌ରେ ବନ୍ଦୀଙ୍କ ସଂଖ୍ୟା ବହୁତ ଅଧିକ ଥିବାରୁ ଚାପ କମାଇବାକୁ ଏହି ପ୍ରସ୍ତାବ ଦିଆଯାଇଛି । 

Manoj Swain
  • Published: Friday, 01 September 2023
  • Updated: 01 September 2023, 04:20 PM IST

ବିଚାରାଧୀନ କଏଦୀଙ୍କ ଦେହରେ ଲାଗିବ ଜିପିଏସ୍ ସିଷ୍ଟମ । ଜିପିଏସ୍ ସିଷ୍ଟମ ଲଗାଇଲେ ବିଚାରାଧୀନ କଏଦୀଙ୍କୁ ଘରେ ରହିବାର ମିଳିବ ଅନୁମତି। ନଚେତ ସେମାନଙ୍କୁ ଜେଲ୍‌ରେ କାଟିବାକୁ ପଡ଼ିବ ରାତି । ଏପରି ଏକ ପ୍ରସ୍ତାବ ଜେଲ୍‌ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଜେଲ୍‌ରେ ବନ୍ଦୀଙ୍କ ସଂଖ୍ୟା ବହୁତ ଅଧିକ ଥିବାରୁ ଚାପ କମାଇବାକୁ ଏହି ପ୍ରସ୍ତାବ ଦିଆଯାଇଛି । କଏଦୀ ଯେଉଁଠାକୁ ଯିବେ ତାହା ଅତି ସହଜରେ ଜାଣି ହେବ। ଟ୍ରାକିଂ ଓ ମନିଟରିଂ କରିବାକୁ ଏଭଳି ଏକ ଭିନ୍ନ ଉଦ୍ୟମ କରାଯାଇଛି। ଏ ନେଇ ବିଧିବଦ୍ଧ ଭାବରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଜେଲ ବିଭାଗ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos