Advertisment

ଗାଡ଼ିରୁ ମିଳିଥିଲା ମୋଟା ଅଙ୍କର ଟଙ୍କା; ବନ୍ଧା ହେଲେ ବିଡିଓ ମାଡାମ୍

ଗତକାଲି ବିଡିଓ ମାଡାମଙ୍କ କାରରୁ ୪ ଲକ୍ଷ ୯୨ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ।

author-image
Tapaswini Nayak
BDO

BDO

ଗାଡ଼ିରୁ ମୋଟା ଅଙ୍କର ଟଙ୍କା ଜବତ ହେବା ପଡ଼ିଲା ମହଙ୍ଗା। ବନ୍ଧା ହେଲେ ବିଡିଓ ମାଡାମ୍। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଏଥିସହ ଭିଜିଲାନ୍ସ ପକ୍ଷରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। 

Advertisment

 ଗତକାଲି ବିଡିଓ ମ୍ୟାଡାମ୍ ଭବାନୀପାଟଣା DRDA ସମ୍ମିଳନୀ କକ୍ଷରେ ହେଉଥିବା ରିଭ୍ୟୁ ମିଟିଂରେ ଯୋଗ ଦେଇ ନିଜର ସହକର୍ମୀଙ୍କ ସହ ସରକାରୀ ଗାଡ଼ିରେ ଫେରିବା ବେଳେ ତାଙ୍କ ଗାଡ଼ିରୁ ୪ ଲକ୍ଷ ୯୪ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ତେବେ ଏହି ଟଙ୍କା ସଂପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ବିଡିଓ ମାଡାମ୍। ଯାହାକୁ ନେଇ ଭିଜିଲାନ୍ସ ଅଧିକାରୀଙ୍କର ସନ୍ଦେହ ବଢ଼ିଥିଲା। ବିଡିଓ ମାଡାମଙ୍କୁ ଅଟକ ରଖି ଏତେ ଟଙ୍କା କେଉଁଠୁ ଆଣିଲେ, କିଏ ଏହି ଟଙ୍କା ଦେଲା ସେହି ସଂପର୍କ ପଚରାଉଚରା କରିଥିଲା ଭିଜିଲାନ୍ସ। ଆଜି ତାଙ୍କୁ ଗିରଫ କରାଯାଇଛି। 

ଭିଜିଲାନ୍ସ ଅଧିକାରୀଙ୍କ କହିବା ମୁତାବକ, ବିଡିଓ ଅକ୍ଷମିତା କାର୍ତ୍ତିକଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅଭିଯୋଗ ରହିଛି। ଦୁର୍ନୀତି ଅଭିଯୋଗରେ
ତାଙ୍କ ବିରୋଧରେ ଦୁଇଥର ବିଭାଗୀୟ ତଦନ୍ତ ମଧ୍ୟ ହୋଇଛି। ଏପରିକି ପୁଲିସ କେସ୍ ମଧ୍ୟ ହୋଇଥିଲା। 

Advertisment
Kalahandi BDO Arrested