Advertisment

ଆରଟିଓ ବାବୁଙ୍କର ସବୁ କୋଟିଏ

କୋଟିପତି ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର। ରାଜଧାନୀରେ ଫ୍ଲାଟ ସାଙ୍ଗକୁ ରହିଛି ସପିଂ ଆଉଟ୍‌ଲେଟ୍‌।

Advertisment

କୋଟିପତି ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର। ରାଜଧାନୀରେ ଫ୍ଲାଟ ସାଙ୍ଗକୁ ରହିଛି ସପିଂ ଆଉଟ୍‌ଲେଟ୍‌। ଏହାସହ ବ୍ୟାଙ୍କରେ ଜମା ରହିଛି ପ୍ରାୟ କୋଟିଏ ଟଙ୍କା। ଏତେ ଟଙ୍କାର ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଛନ୍ତି। ବସନ୍ତଙ୍କ ଘରୁ ୧.୧୬ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଥିବା ବେଳେ ପ୍ରାୟ କୋଟିଏ ଟଙ୍କାର ବ୍ୟାଙ୍କ ଜମା ଠାବ କରାଯାଇଛି। ଏହାସହ ବସନ୍ତଙ୍କର ଭୁବନେଶ୍ୱରରେ ୨ଟି ଫ୍ଲାଟ ଠାବ କରାଯାଇଥିବା ବେଳେ ୨ କମର୍ସିଆଲ ସପିଂ ଆଉଟ୍‌ଲେଟ୍‌ ରହିଛି। ଭୁବନେଶ୍ୱର ଉତ୍କଳ କନିକା ଗାଲେରିଆରେ ଏହି ସପିଂ ଆଉଟ୍‌ଲେଟ୍‌ ରହିଥିବା ଜଣାଯାଇଛି। ଯାହାର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ।

Advertisment
Vigilance Raid Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe