Advertisment

ମଦ ବେପାରୀଙ୍କଠାରୁ ଲାଞ୍ଚ ନେଉଥିଲେ ଏସ୍‌ଆଇ; ମାଡ଼ି ବସିଲା ଭିଜିଲାନ୍ସ

୩୦୦୦ ଟଙ୍କା ଲାଞ୍ଚ ନେବାବେଳେ ଖଣ୍ଡପଡ଼ା ଥାନା ଏସ୍‌ଆଇ ଶେଖ୍ ରେହମାନ ମାଡ଼ି ବସିଲା ଭିଜିଲାନ୍ସ।

author-image
Tapaswini Nayak
ଅଦ୍ୟତନ ହୋଇଛି
Vigilance

Vigilance

ମଦ ବେପାରୀଙ୍କଠାରୁ ଲାଞ୍ଚ ନେବା ପୁଲିସ ବାବୁଙ୍କୁ ପଡ଼ିଲା ମହଙ୍ଗା। ୩୦୦୦ ଟଙ୍କା ଲାଞ୍ଚ ନେବାବେଳେ ଖଣ୍ଡପଡ଼ା ଥାନା ଏସ୍‌ଆଇ ଶେଖ୍ ରେହମାନଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କା ଜବତ କରିଛି।

Advertisment

ମଦ ବେପାରୀଙ୍କ ନାଁରେ ଥିବା ଏକ କେସର ରଫାଦଫା କରିବା ପାଇଁ ୩୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ରେହମାନ। ନିଜର ଭଡ଼ା ଘର ଖଳିସାହିରେ ଏହି ଲାଞ୍ଚ ଟଙ୍କା ଦେବା ପାଇଁ ମଦ ବେପାରୀଙ୍କୁ କହିଥିଲେ। ମଦ ବେପାରୀ ଜଣଙ୍କ ଘଟଣାସଂପର୍କରେ ଭିଜିଲାନ୍ସଙ୍କୁ ଅବଗତ କରିଥିଲେ।

ଭିଜିଲାନ୍ସ ଅଧିକାରୀ ଯୋଜନା ମୁତାବକ ଛକି ରହିଥିଲେ। ଆଜି ସକାଳେ ପୁଲିସ ବାବୁ ଜଣଙ୍କ ମଦ ବେପାରୀଙ୍କଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ି ବସିଥିଲା। ଏଥିସହ ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିଥିଲା। ଏନେଇ ଏସ୍‌ଆଇଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment
Odisha Police Vigilance Raid Vigilance