Advertisment

ଭିଜିଲାନ୍ସକୁ ଦେଖି ବାବୁ ଦୌଡିଲେ !

ଜମି ପଟ୍ଟା କରାଇଦେବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ।

author-image
Manoj Swain

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ବିଲେଇପଦାର ରାଜସ୍ୱ ନିରୀକ୍ଷକ (ଆରଆଇ) ପିର୍ ଖାନ। ଜମି ପଟ୍ଟା କରାଇଦେବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ତେବେ ଲାଞ୍ଚ ନେଇ ଧରାପଡ଼ିବା ପରେ ସେ ଖସି ପଳାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ। 

Advertisment
Odisha Vigilance Raid Kendujhar