Advertisment

ମୁଖ୍ୟଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ; ୧୦ଟି ସ୍ଥାନରେ ଚଢ଼ାଉ

କୈଳାସଙ୍କ ପୈତୃକ ଘର ସମେତ ୧୦ଟି ସ୍ଥାନରେ ଆଜି ସକାଳେ ଚଢ଼ାଉ କରାଯାଇଛି।

author-image
Tapaswini Nayak
Vigilance Raid

Vigilance Raid

ମୁଖ୍ୟଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୈତରଣୀ ବେସିନର ମୁଖ୍ୟଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Advertisment

କୈଳାସଙ୍କ ପୈତୃକ ଘର ସମେତ ୧୦ଟି ସ୍ଥାନରେ ଆଜି ସକାଳେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ କୈଳାସଙ୍କର ୩୬ଟି ପ୍ଲଟ୍‌ , ୩ଟି ଫ୍ଲାଟ୍ ଓ ଯାଜପୁରର କୋରେଇଠାରେ ଏକ ୩ ମହଲା କୋଠା ଓ ଏକ ଡଷ୍ଟର ଗାଡ଼ି ଠାବ ହୋଇଛି। ଭୁବନେଶ୍ୱର, ପୁରୀ, କଟକ, ଯାଜପୁର, କେନ୍ଦୁଝର ସମେତ ୧୦ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଥିବା ଜଣାଯାଇଛି। 

କୈଳାସ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ତାଙ୍କ ଘରେ ଚଢ଼ାଉ କରିଛି।

Advertisment
Vigilance Raid