Advertisment

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସପେକ୍ଟର;ମିଳିଲା ୨୫ ଲକ୍ଷ!

ଗତକାଲି ବିଳମ୍ବିତ ରାତିରେ ଜିତେନ୍ଦ୍ର ନିଜ କାର୍‌ରେ ତାଳଚେରୁ ଟଙ୍କାବ୍ୟାଗ ଧରି ନିଜ ଘର ଅସ୍ତରଙ୍ଗ ଆସୁଥିଲେ ଜିତେନ୍ଦ୍ର।

author-image
Tapaswini Nayak
ଅଦ୍ୟତନ ହୋଇଛି
Vigilance Raid

Vigilance Raid

ଗାଡ଼ିରେ ବିଡ଼ାବିଡ଼ା ନୋଟ ନେଇ ଘରକୁ ଯାଉଥିଲେ ଟ୍ରାଫିକ ଇନସପେକ୍ଟର। ବାଟରୁ ଟ୍ରାଫିକ ଇନସପେକ୍ଟରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ତାଳଚେର ଟ୍ରାଫିକ୍ ଇନିସପେକ୍ଟର ଜିତେନ୍ଦ୍ର ବେହେରାଙ୍କ ଗାଡ଼ିରୁ ଭିଜିଲାନ୍ସ ୧୧, ୧୫, ୪୭୦ ଟଙ୍କା ଜବତ କରିବା ସହ ତାଙ୍କ ଘରୁ ପୁଳାପୁଳା ଟଙ୍କାସହ ସୁନା ଅଳଙ୍କାର ଜବତ କରିଛି। ଜିତେନ୍ଦ୍ରଙ୍କ ପାଖରୁ ମୋଟ୍ ୨୫ ଲକ୍ଷ ଟଙ୍କା ଜବତ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଜିତେନ୍ଦ୍ର ନିଜ କାର୍‌ରେ ତାଳଚେରୁ ଟଙ୍କାବ୍ୟାଗ ଧରି ନିଜ ଘର ଅସ୍ତରଙ୍ଗ ଆସୁଥିବା ଭିଜିଲାନ୍ସ କୌଣସି ସୂତ୍ରରୁ ଖବର ପାଇଥିଲା। ବାଲିଅନ୍ତାରେ ନିକଟରେ ଜିତେନ୍ଦ୍ରଙ୍କ ଗାଡ଼ିକୁ ଭିଜିଲାନ୍ସ ଅଧିକାରୀ ଅଟକାଇଥିଲେ। ପରେ ତାଙ୍କ ଗାଡ଼ି ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡ଼ିରୁ ୧୧, ୧୫, ୪୭୦ ଟଙ୍କା ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ। ତେବେ ଏତେ ଟଙ୍କା ଜିତେନ୍ଦ୍ର କେଉଁଠୁ ଆଣିଲେ, ଏହି ଟଙ୍କା କାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏନେଇ ଭିଜିଲାନ୍ସ ଅଧିକାରୀଙ୍କର ଜିତେନ୍ଦ୍ରଙ୍କ ଉପରେ ସନ୍ଦେହ ହୋଇଥିଲା।  ପରେ ଅସ୍ତରଙ୍ଗରେ ଥିବା ଜିତେନ୍ଦ୍ରଙ୍କ ପୈତୃକ ଘର ଓ ତାଳଚେର ଭଡ଼ା ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ।

ତାଳଚେର ଭଡା ଘରୁ ୩ ଲକ୍ଷ ଟଙ୍କା ସହ ୩୩୬ ଗ୍ରାମ ସୁନା ଜବତ ହୋଇଥିବା ବେଳେ ଅସ୍ତରଙ୍ଗ ଘରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଛି। ଅଦ୍ୟାବିଧି ମୋଟ୍ ୨୫ ଲକ୍ଷ ଟଙ୍କା ଜବତ କରାଯାଇଥିବା ନେଇ ଭିଜିଲାନସ୍ ପକ୍ଷରୁ ସୂଚନା ରହିଛି। ଏହାସହ ପାରାଦୀପରେ ଥିବା ଜିତେନ୍ଦ୍ରଙ୍କ ଭାଇଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି।

Advertisment
Vigilance Raid