Advertisment

ଓଡ଼ିଶା ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ, ରାସ୍ତା କଡ଼ରୁ ଉଦ୍ଧାର କଲା ପୁଲିସ୍‌

ମହିଳାଙ୍କୁ ରାସ୍ତା କଡ଼ରେ ଫିଙ୍ଗିବା ପୂର୍ବରୁ ଅନ୍ୟତ୍ର କେଉଁଠି ଦୁଷ୍କର୍ମ କରାଯାଇଥିଲା। ଭୋର ପ୍ରାୟ ୩.୩୦ରେ ପୁଲିସ୍‌ ମହିଳାଙ୍କ ସମ୍ପର୍କରେ ସୂଚନା ପାଇଥିଲା।

author-image
Hemant Lenka
Stop Rape

Stop Rape

ଦେଶରେ ରାଜଧାନୀ ଦିଲ୍ଲୀରେ ଘଟିଛି ଅଭାବନୀୟ କାଣ୍ଡ। ଓଡ଼ିଶାର ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଦିଲ୍ଲୀରେ କରାଯାଇଛି ଦୁଷ୍କର୍ମ। ଦୁଷ୍କର୍ମ ପରେ ତାଙ୍କୁ ସରାଇ କାଲେ ଖାନ ଅଞ୍ଚଳରେ ମଧ୍ୟ ଫିଙ୍ଗି ଦିଆଯାଇଥିଲା। ରାସ୍ତା କଡ଼ରୁ ପୁଲିସ୍‌ ତାଙ୍କୁ ଅର୍ଦ୍ଧ ଅଚେତ ଅବସ୍ଥାରେ ଉଦ୍ଧାର କରିଛି।

Advertisment

ପୁଲିସ୍‌ର କହିବା କଥା ଯେ ମହିଳାଙ୍କୁ ରାସ୍ତା କଡ଼ରେ ଫିଙ୍ଗିବା ପୂର୍ବରୁ ଅନ୍ୟତ୍ର କେଉଁଠି ଦୁଷ୍କର୍ମ କରାଯାଇଥିଲା। ଭୋର ପ୍ରାୟ ୩.୩୦ରେ ପୁଲିସ୍‌ ମହିଳାଙ୍କ ସମ୍ପର୍କରେ ସୂଚନା ପାଇଥିଲା। ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ପ୍ରଥମେ ମହିଳା ଜଣଙ୍କ ରାସ୍ତା କଡ଼ରେ ପଡ଼ି ଛଟପଟ ହେଉଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମହିଳା ଜଣଙ୍କୁ ଏମ୍ସକୁ ନେଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ଦିଲ୍ଲୀ ପୁଲିସ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମହିଳା ଜଣଙ୍କ ଓଡ଼ିଶାର। ପ୍ରାୟ ବର୍ଷେ ହେବ ସେ ଓଡ଼ିଶା ଛାଡ଼ି ଏଠାରେ ରହୁଛନ୍ତି। ସେ ଗ୍ରାଜ୍ୟୁଏଟ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଓଡ଼ିଶାରୁ ଦିଲ୍ଲୀ ଆସିବା ପରେ କଟୱାରିଆ ସରାଇରେ ସେ ନିଜର ଜଣେ ବନ୍ଧୁଙ୍କ ପାଖରେ ରହୁଥିଲେ।

Advertisment

ହେଲେ କୌଣସି କାରଣରୁ ଅଗଷ୍ଟ ମାସରେ ତାଙ୍କୁ ବନ୍ଧୁଙ୍କ ଘର ଖାଲି କରିବାକୁ କୁହାଯାଇଥିଲା। ଏଥିଯୋଗୁ ସେ ଅନେକ ରାତି ଦିଲ୍ଲୀର ରାଜରାସ୍ତାରେ କାଟିଛନ୍ତି। ପୂର୍ବରୁ ଏହି ମହିଳାଙ୍କୁ ଦକ୍ଷିଣପୂର୍ବ ଦିଲ୍ଲୀର ଜାମରୋଡପୁରରେ ଦେଖିବାକୁ ମିଳିଥିଲା। ସେ ଏଠାରେ ରହୁଥିବା ଜଣଙ୍କ ଘରେ ଅନାଧିକାର ଭାବେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଏନେଇ ପୁଲିସ୍‌ରେ କୌଣସି ପ୍ରକାରର ଅଭିଯୋଗ ହୋଇନାହିଁ।

ଏହାବାଦ ମହିଳା ଜଣଙ୍କ କିଷନଗଡ଼ର ଥିବା ଗୋଟିଏ ଏଟିଏମ ବୁଥରେ ମଧ୍ୟ ରାତି କାଟିବାର ନଜିର ରହିଛି। ଏବେ ଏମ୍ସରେ ଚିକିତ୍ସିତ ହେଉଥିବା ମହିଳା ଜଣଙ୍କ ବାରମ୍ବାର ତାଙ୍କ ବୟାନ ବଦଳାଉଛନ୍ତି। ତେଣୁ ପୁଲିସ୍‌ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିପାରୁ ନାହିଁ। ମହିଳା ଜଣଙ୍କ ତଦନ୍ତରେ ବି ସହାୟତା କରୁ ନାହାନ୍ତି। ପୁଲିସ୍‌ ତାଙ୍କ ବାପା ମା’ଙ୍କୁ ଖବର ଦେଇଛି ଓ ତାଙ୍କ ଉପରେ ନଜର ରଖିଥିବା ଅଧିକାରୀ ଜଣଙ୍କ କହିଛନ୍ତି।

ଅନ୍ୟପକ୍ଷରେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ରାସ୍ତା କଡ଼ରେ ଫିଙ୍ଗିଥିବା ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍‌ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରୁଛି। ହେଲେ ଏଯାଏ ଅଭିଯୁକ୍ତ ସମ୍ପର୍କରେ କିଛି ବି ସୂଚନା ମିଳିନି।

Odisha Delhi Stop Rape