Advertisment

ପୁଅ ଯଦି ଭୁଲ କରିଥିବ, ତାକୁ ଶାସ୍ତି ମିଳୁ: ଗିରଫ ଜାହିରଙ୍କ ବାପା

ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଥିବା ଏକ ମଦ୍ରାସାରେ ଗତ ୨୮ ତାରିଖରେ ସନ୍ଦେହ ଜନକ ଗତିବିଧି ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଦଳ ବଳ ନେଇ ରେଡ୍ କରିଥିଲା ପ୍ରୟାଗରାଜ ପୁଲିସ।

author-image
Tapaswini Nayak
Jahirs Father

Jahirs Father

‘ଭୁଲ୍‌ କାମକୁ ବାପାମା’ ପ୍ରୋତ୍ସାହନ ଦେବା କଥା ନୁହେଁ। ମୁଁ ମଧ୍ୟ ଦେବି ନାହିଁ। ମୋ ପୁଅ ଯଦି ଜାଲ ନୋଟ୍ କାରବାରରେ ସଂପୃକ୍ତ ଥିବ ତାହାହେଲେ ତାକୁ କଡ଼ା ଦଣ୍ଡ ମିଳିବା ଦରକାର।’ ଉତ୍ତର ପ୍ରଦେଶ ପ୍ରୟାଗରାଜର ମଦ୍ରାସାରେ ନକଲି ନୋଟ୍ ଏବଂ ନୋଟ୍ ଛପା ମେସିନ୍ ଜବତ ଘଟଣାରେ ଭଦ୍ରକ ଜିଲ୍ଲାର ସାଜିଦ୍ ଖାଁଙ୍କ ପୁଅ ଜାହିର ଖାଁ ଧରା ପଡ଼ିଥିବା ବେଳେ ଏପରି କହିଛନ୍ତି ତାଙ୍କ ବାପା।

Advertisment

ଗଣମାଧ୍ୟମରେ ସୂଚନା ଦେଇ ସେ କହିଛନ୍ତି, ପୁଅ ଯଦି ଏହି କାମରେ ଲିପ୍ତ ଥିବ ବା ସହଯୋଗ କରିଥିବା ତାକୁ ଦଣ୍ଡ ମିଳିବା ଦରକାର। ପୁଅ ସହ ଆଉ କେଉଁମାନେ ଏହି ସବୁ କାମରେ ସଂପୃକ୍ତ ଅଛନ୍ତି ମୋତେ ଜଣାନାହିଁ। ମୋ ପୁଅ ରହୁଥିବା ଘରୁ ଜାଲ ନୋଟ ଓ ଜାଲ ନୋଟ ଛପା ଯାଉଥିବା ମେସିନ ମିଳିଥିବା ଖବର ପାଇଛି। ପୁଅକୁ ଗିରଫ କରିବା ପର ଦିନ ୟୁପିରୁ ଫୋନ୍ ଆସିଥିଲା।

ସେ ଆହୁରି କହିଛନ୍ତି, ପୁଅ 'ଆହ୍ଲାବାଦ ମଦ୍ରାସାରେ ପଢ଼ୁଥିଲା। ପାଠପଢ଼ାରେ ଦୁର୍ବଳ ଥିଲା। ଏଥିପାଇଁ ୮/୯ ମାସ ହେଲାଣି ତା ସହ କଥା ହେଉନଥିଲି।

Advertisment

ଅନ୍ୟପକ୍ଷରେ ପ୍ରୟାଗରାଜ ପୁଲିସର ସୂଚନା ଅନୁସାରେ, ଜାହିର ଖାଁ  ପ୍ରାୟ ୪ ବର୍ଷ ତଳେ ଏହି ମଦ୍ରାସାକୁ ଆସିଥିଲା। ସେଠାରେ ରହି ପାଠ ପଢୁଥିଲା। ତେବେ ମଦ୍ରାସା ଭିତରେ ପ୍ରିଣ୍ଟର ଏବଂ ସ୍କାନର ବ୍ୟବହାର କରି ସେ ଜାଲ୍ ନୋଟ୍ ଛାପୁଥିଲା ବୋଲି ପୁଲିସ କହିଛି।

ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଥିବା ଏକ ମଦ୍ରାସାରେ ଗତ ୨୮ ତାରିଖରେ ସନ୍ଦେହ ଜନକ ଗତିବିଧି ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଦଳ ବଳ ନେଇ ରେଡ୍ କରିଥିଲା ପ୍ରୟାଗରାଜ ପୁଲିସ। ରେଡ୍ ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଚକିତ କରିଥିଲା।

ମଦ୍ରାସାରୁ ପ୍ରିଣ୍ଟର ସହ ୧୩ ଶହଟି ଜାଲ୍ ଶହେ ଟଙ୍କିଆ ଜବତ କରିଥିଲା ପୁଲିସ। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ସଂପୃକ୍ତ ମଦ୍ରାସାର ପ୍ରିନ୍ସପାଲ ବି ଅଛନ୍ତି। ତାଙ୍କ ଘର ମଧ୍ୟ ଓଡ଼ିଶାରେ ବୋଲି ପ୍ରୟାଗରାଜ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। 

Uttar Pradesh Bhadrak Madrassa Fake Note.