Advertisment

ସାଙ୍ଗର ଝିଅକୁ ନିଶା ଦେଇ ବାରମ୍ବାର ଦୁଷ୍କର୍ମ କରୁଥିଲେ ଦିଲ୍ଲୀ ସରକାରୀ ବାବୁ!

୨୦୨୦ରେ ଝିଅଟିକୁ ଯେତେବେଳେ ୧୪ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଏହାକୁ ନେଇ ସେ ମାନସିକ ଚାପ ମଧ୍ୟରେ ରହିଥିଲେ। ଏହାର ଫାଇଦା ଉଠାଇ ଖାକା ଝିଅଟିକୁ ତାଙ୍କ ଘରେ ଆଶ୍ରୟ ଦେଇଥିଲେ।

Delhi

Delhi

Advertisment

ଦିଲ୍ଲୀର ମହିଳା ଓ ଶିଶୁ ବିକାଶ ବିଭାଗର ନିଲମ୍ବିତ ବରିଷ୍ଠ ଅଧିକାରୀ ପରମୋଦୟ ଖାକାଙ୍କ ସମ୍ପର୍କରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇ ଚାକିରିରୁ ନିଲମ୍ବିତ ହୋଇଥିବା ଖାକା ଏବେ ପୁଲିସ୍ ଜେରାରର ସମ୍ମୁଖୀନ ହେଉଛନ୍ତି।

Advertisment

ପୁଲିସ୍ ଘଟଣାର ତଦନ୍ତ କରି ତାଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିବାରେ ଲାଗି ପଡ଼ିଛି। ପରମୋଦୟ ତାଙ୍କ ସାଙ୍ଗର ଝିଅକୁ ଘରେ ଆଶ୍ରୟ ଦେବା ନାଁରେ ତାଙ୍କୁ ଦୁଷ୍କର୍ମ କରୁଥିଲେ। ଦୁଷ୍କର୍ମ କରିବା ପୂର୍ବରୁ ସେ ଛୋଟ ଝିଅକୁ ନିଶା ମଧ୍ୟ ଖୁଆଇ ଦେଉଥିଲେ। ଏକଦା ଏଥିପାଇଁ ତାଙ୍କ ଶରୀରରେ କ୍ଷତ ଚିହ୍ନ ମଧ୍ୟ ସୃଷ୍ଟି ହୋଇଥିଲା ବୋଲି ପୁଲିସ୍‌ କହିଛି।

ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି ଯେ ୨୦୨୦ରେ ଝିଅଟିକୁ ଯେତେବେଳେ ୧୪ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଏହାକୁ ନେଇ ସେ ମାନସିକ ଚାପ ମଧ୍ୟରେ ରହିଥିଲେ। ଏହାର ଫାଇଦା ଉଠାଇ ଖାକା ଝିଅଟିକୁ ତାଙ୍କ ଘରେ ଆଶ୍ରୟ ଦେଇଥିଲେ।

Advertisment

କିନ୍ତୁ ୨୦୨୦ ଅକ୍ଟୋବର ୩୧ରେ ସେ ପ୍ରଥମଥର ପାଇଁ ଝିଅଟିକୁ ଘର ଭିତରେ ଦୁଷ୍କର୍ମ କରିଥିଲେ। ଝିଅଟି ତାଙ୍କ ମା’ଙ୍କ ସହ ଖାକାଙ୍କ ବୁରାରୀ ଘରକୁ ଆସିଥିଲେ। ହେଲେ ବାପାଙ୍କ ମୃତ୍ୟୁର କିଛି ଦିନ ପରେ ସେ ଦୁଷ୍କର୍ମର ଶିକାର ହୋଇଥିଲେ। ଖାକା ବେଶ ଭଲ ଓ ସୁରକ୍ଷିତ ଭାବେ ଝିଅଟିକୁ ନିଜ ପାଖରେ ରଖିବେ ବୋଲି ତାଙ୍କ ମା’ଙ୍କୁ ମଧ୍ୟ କହିଥିଲେ।

ବୁରାରୀରେ ୫ ମାସ ରହିବା ସମୟରେ ସେ ଆଉ ଥରେ ମଧ୍ୟ ଦୁଷ୍କର୍ମର ଶିକାର ହୋଇଥିଲେ। ୨୦୨୧ ଫେବୃଆରୀ ଏହି ଘଟଣା ଘଟଣା ଘଟିଥିଲା। ଏହାର ମାସକ ପରେ ପିଲାଟି ଝାରଖଣ୍ତରେ ଗୋଟିଏ ପାରିବାରିକ କାର୍ଯ୍ୟକ୍ରମକୁ ଯାଇଥିଲେ। କିନ୍ତୁ ସେଠାରୁ ଆଉ ଖାକାଙ୍କ ଘରକୁ ଫେରି ନଥିଲେ। ଝିଅଟି କହିଛନ୍ତି ଯେ ଖାକା ତାଙ୍କୁ ଚର୍ଚ୍ଚ ସହ ଘର ଭିତରେ ମଧ୍ୟ ବାରମ୍ବାର ଅସଦାଚରଣ କରୁଥିଲେ।

ବର୍ତ୍ତମାନ ୧୭ ବର୍ଷରେ ପାଦ ଦେଇଥିବା ଝିଅଟି ଦ୍ୱାଦଶ ଶ୍ରେଣୀର ଛାତ୍ରୀ। ବାପାଙ୍କ ମୃତ୍ୟୁ ପରେ ସେ ଅନେକ ଥର ପ୍ୟାନିକ ଆଟାକର ସମ୍ମୁଖୀନ ହୋଇଥିଲେ। ତେଣୁ ସେ ନବମ ଶ୍ରେଣୀରୁ ସ୍କୁଲ ଯିବା ବନ୍ଦ କରି ଦେଇଥିଲେ। ଏହାପରେ ସେ ଗୋଟିଏ ଓପନ ଲର୍ଣ୍ଣିଂ ଇନଷ୍ଟିଚ୍ୟୁଟରେ ନାଁ ଲେଖାଇଥିଲେ।

ଛୋଟ ଝିଅଟି ବାପାଙ୍କ ମୃତ୍ୟୁ ଓ ଦୁଷ୍କର୍ମ ଭଳି ସାଂଘାତିକ ଘଟଣା ଯୋଗୁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ସମ୍ଭବତଃ ଏହି କାରଣରୁ ପରମୋଦୟଙ୍କ ସମ୍ପର୍କରେ କାହାକୁ କିଛି କହି ନଥିଲେ ବୋଲି ପୁଲିସ୍‌ ସନ୍ଦେହ କରୁଛି।

୨୦୨୦ ଅକ୍ଟୋବର ୧ ତାରିଖରେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ପରମୋଦୟ ଖାକାଙ୍କ ଘରେ ରହୁଥିଲେ। ୨୦୨୦ ନଭେମ୍ବରରୁ ୨୦୨୧ ଫେବୃଆରୀ ମାସ ମଧ୍ୟରେ ପରମୋଦୟ ଖାକା ତାଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲେ। ସେ ଥରେ ଗର୍ଭବତୀ ମଧ୍ୟ ହୋଇଥିଲେ। ଏହା ଜଣାପଡ଼ିବା ପରେ ପରମୋଦୟଙ୍କ ପତ୍ନୀ ତାଙ୍କୁ ଔଷଧ ଦେଇ ଗର୍ଭପାତ କରାଇଥିଲେ।

ଏହି ଘଟଣା ପୀଡ଼ିତାଙ୍କ ଉପରେ ଖରାପ ପ୍ରଭାବ ପକାଇଛି। ସେ ସେହି କଥା ଗୁଡ଼ିକୁ ମନେ ପକାଇ ଡରି ଯାଉଛନ୍ତି ଓ ଅସ୍ୱାଭାବିକ ଆଚରଣ କରୁଛନ୍ତି।ସେଥିପାଇଁ ସପ୍ତାହେ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ବାରମ୍ବାର କାଉନସେଲିଂ କରିବା ପରେ ନାବାଳିକା ଜଣଙ୍କ ତାଙ୍କ ସହିତ ଘଟିଥିବା ଘଟଣା ସଂପର୍କରେ କହିଥିଲେ।

Delhi Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe