Advertisment

ବ୍ୟାଙ୍କ ନୋମିନୀ ନ ରଖିବାରୁ SDMଙ୍କୁ ହତ୍ୟା କଲେ ସ୍ୱାମୀ

ମଧ୍ୟପ୍ରଦେଶର ଶାହପୁରାରେ ଏସଡିଏମ ଭାବେ କାମ କରୁଥିବା ପତ୍ନୀଙ୍କୁ ସ୍ୱାମୀ ଜଣକ ହତ୍ୟା କରିଛି।

SDM

SDM

Advertisment

କାମ ଦାମ କରୁ ନଥିବା ସ୍ୱାମୀର ବର୍ବରକାଣ୍ଡ। ସବ ଡିଭିଜନାଲ ମାଜିଷ୍ଟ୍ରେଟ(ଏସଡିଏମ) ଭାବେ କାମ କରୁଥିବା ପତ୍ନୀଙ୍କୁ ହତ୍ୟା କରିଛି ସ୍ୱାମୀ। ପତ୍ନୀ ଏସଡିଏମ ଭାବେ କାମ କରୁଥିଲେ ହେଁ ସ୍ୱାମୀଙ୍କୁ ଚାକିରି, ବୀମା କିମ୍ବା ବ୍ୟାଙ୍କ ରେକର୍ଡରେ ନୋମିନୀ ଭାବେ ରଖି ନଥିଲେ।

Advertisment

ନୋମିନୀ ଭାବେ ନିଜ ନାଁକୁ ସାମିଲ କରିବାକୁ ସ୍ୱାମୀ କହୁଥିଲେ ହେଁ ପତ୍ନୀ କିଛି ବି ଶୁଣୁ ନଥିଲେ। ଶେଷରେ ମଧ୍ୟପ୍ରଦେଶର ଶାହପୁରାରେ ଏସଡିଏମ ଭାବେ କାମ କରୁଥିବା ପତ୍ନୀଙ୍କୁ ସ୍ୱାମୀ ଜଣକ ହତ୍ୟା କରିଛି।

ଏସଡିଏମ ନିଶା ନାପିତ(୫୧) ଗୋଟିଏ ସୋଶାଲ ମିଡିଆ ସାଇଟ ଜରିଆରେ ୪୫ ବର୍ଷୀୟ ମନୀଷ ଶର୍ମାଙ୍କୁ ବିବାହ କରିଥିଲେ। ୨୦୨୦ରେ ସେମାନଙ୍କ ବିବାହ ହୋଇଥିଲା। ବାହାଘର ପରେ ନିଶାଙ୍କୁ ମନୀଷ ଚାକିରି, ବୀମା ଓ ବ୍ୟାଙ୍କ ରେକର୍ଡସରେ ନୋମିନୀ ରଖିବାକୁ କହିଥିଲା। କିନ୍ତୁ ନିଶା କିଛି ବି ଶୁଣି ନଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା।

Advertisment

ସ୍ଥିତି ଏପରି ହୋଇଥିଲା ଯେ ରବିବାର ଦିନ ମନୀଷ ଗୋଟିଏ ତକିଆର ବ୍ୟବହାର କରି ନିଶାଙ୍କୁ ଅଣନିଃଶ୍ୱାସ କରି ହତ୍ୟା କରିଥିଲା। ହତ୍ୟା କରିବା ପରେ ସେ ଦୀର୍ଘ ୬ ଘଣ୍ଟା କାଳ ମୃତଦେହ ନିକଟରେ ବସି ରହିଥିଲା। ଏହାପରେ ମୃତଦେହକୁ ଧରି ନିଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ସେଠାରେ ଡାକ୍ତରମାନେ ପୁଲିସ୍‌କୁ ଖବର ଦେବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ପୁଲିସ୍‌ କହିଛି ଯେ ହତ୍ୟା ପରେ ମନୀଷ ପ୍ରମାଣ ନଷ୍ଟ କରିବାକୁ ପୂରା ଚେଷ୍ଟା କରିଥିଲା। ତକିଆ ଓ ବେଡ ଶିଟରେ ଲାଗିଥିବା ରକ୍ତ ଛିଟାକୁ ସେ ସଫା କରି ଦେଇଥିଲା। ଘରର ୱାଶିଂ ମେସିନରୁ ପୁଲିସ୍‌ ହତ୍ୟାରେ ବ୍ୟବହୃତ ତକିଆ ଓ ବେଡଶିଟ ମଧ୍ୟ ଜବତ କରିଛି।

ନିଶାଙ୍କ ଭଉଣୀ ନିଳୀମା ଅଭିଯୋଗ କରିଛନ୍ତି ଯେ ମନୀଷ ହିଁ ତାଙ୍କ ଭଉଣୀଙ୍କୁ ହତ୍ୟା କରିଛି। ଟଙ୍କା ପାଇଁ ସେ ସବୁବେଳେ ନିଶାଙ୍କୁ ନିର୍ଯାତନା ଦେଉଥିଲା। ସେ କହିଛନ୍ତି, “ନିଶାଙ୍କୁ ଟଙ୍କା ପାଇଁ ମନୀଷ ସବୁବେଳେ ହଇରାଣ କରୁଥିଲା। ମୋ ଉଭଣୀର କୌଣସି ରୋଗ ନଥିଲା। ମନୀଷ ହିଁ ତାଙ୍କୁ ହତ୍ୟା କରିଛି। ସେ ଘରୋଇ ସହାୟକଙ୍କୁ ମଧ୍ୟ ନିଶାଙ୍କ ରୁମକୁ ଯିବାକୁ ଦେଉ ନଥିଲା।”

ପୁଲିସ କହିଛି ଯେ ୨୦୨୦ରେ ନିଶା ଓ ମନୀଷ ବିବାହ କରିଥିଲେ ହେଁ ଏକଥା ପରିବାର ଲୋକ ଜାଣି ନଥିଲେ। ବାହାଘରର କିଛି ଦିନ ପରେ ନିଶା ପରିବାର ଲୋକଙ୍କୁ ସବୁ କଥା କହିଥିଲେ। ରବିବାର ଦିନ ଅପରାହ୍ନ ପ୍ରାୟ ୪ଟା ବେଳେ ମନୀଷ ପତ୍ନୀ ନିଶାଙ୍କୁ ଧରି ହସ୍ପିଟାଲରେ ପହଞ୍ଚିଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୁଲିସ୍‌ ହସ୍ପିଟାଲରେ ପହଞ୍ଚି ଶବକୁ ଜବତ କରିଥିଲା। ପ୍ରଥମେ ମନୀଷ ପୁଲିସ୍‌କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲା। ନିଶା କିଡନୀ ରୋଗରେ ପୀଡ଼ିତ ଥିବା ସେ କହିଥିଲେ। ତେବେ ପୁଲିସ୍‌ ଘଟଣାର ତଦନ୍ତ କରି ମନୀଷକୁ ଗିରଫ କରିଛି।

ସେହିପରି ପୂରା ଘଟଣାର ତଦନ୍ତ ପୁଲିସ୍‌ ୨୪ ଘଣ୍ଟା ମଧ୍ୟରେ ଶେଷ କରିଥିବାରୁ ଡିଆଇଜି ମୁକେଶ ଶ୍ରୀବାସ୍ତବ ଖୁସି ବ୍ୟକ୍ତ କରିଛନ୍ତି। ସେ ତଦନ୍ତକାରୀ ଟିମ ପାଇଁ ୨୦ ହଜାର ଟଙ୍କାର ପୁରସ୍କାର ଘୋଷାଣ କରିଛନ୍ତି।

Murder Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe