Advertisment

୩୦ ଲକ୍ଷ ଲାଞ୍ଚ ନେବା ବେଳେ ଡ୍ରାଇଭରଙ୍କ ସହ ଧରାପଡ଼ିଲେ ତହସିଲଦାର

ଅଭିଯୋଗକାରୀଙ୍କ ଜମିକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ଓ ଜିଲ୍ଲାପାଳଙ୍କ ପାଖକୁ ଫାଇଲ ପଠାଇବା ବଦଳରେ ଏତେ ପରିମାଣର ଲାଞ୍ଚ ସତ୍ୟନାରାୟଣ ଦାବି କରିଥିଲେ।

author-image
Hemant Lenka
ACB

ACB

ଲାଞ୍ଚ ନେବା ବେଳେ ଟଙ୍କା ସହ ଧରାପଡ଼ିଛନ୍ତି ଜଣେ ତହସିଲଦାର ଓ ତାଙ୍କ ଡ୍ରାଇଭର। ତେଲଙ୍ଗାନାର ମେକଚାଲ ମାଲକାଜଗିରିରେ ଉଭୟଙ୍କୁ ୩୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଦୁର୍ନୀତି ନିରୋଧ ଶାଖା(ଏସିବି)ର ଅଧିକାରୀମାନେ ଧରିଛନ୍ତି।

Advertisment

ଏସିବି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ତହସିଲଦାର ଟି ସତ୍ୟନାରାୟଣ ଓ ତାଙ୍କ ଡ୍ରାଇଭର ପି ବିଦ୍ରୀ ତହସିଲ ଅଫିସରେ ହିଁ ଲାଞ୍ଚ ନେଉଥିଲେ। ଶମିରପେଟ ମଣ୍ଡଳରେ ଥିବା ଅଫିସରେ ଲାଞ୍ଚ କାରବାର ଚାଲିଥିବା ବେଳେ ଉଭୟଙ୍କୁ ଧରା ଯାଇଛି। ଅଭିଯୋଗାରୀ ମୋଭା ରାମାସେଶାଗିରିଙ୍କ ଠାରୁ ସେମାନେ ନଗଦ ୧୦ ଲକ୍ଷ ଟଙ୍କା ଓ ୨୦ ଲକ୍ଷ ଟଙ୍କାର ଚେକ ନେଉଥିଲେ।

ଅଭିଯୋଗକାରୀଙ୍କ ଜମିକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ଓ ଜିଲ୍ଲାପାଳଙ୍କ ପାଖକୁ ଫାଇଲ ପଠାଇବା ବଦଳରେ ଏତେ ପରିମାଣର ଲାଞ୍ଚ ସତ୍ୟନାରାୟଣ ଦାବି କରିଥିଲେ।

Advertisment

ଏଥିରେ ତାଙ୍କ ଡ୍ରାଇଭର ମଧ୍ୟ ସାମିଲ ଥିଲେ। ଡିଲ ଅନୁସାରେ ମଙ୍ଗଳବାର ଅଭିଯୋଗକାରୀ ଜଣଙ୍କ ତହସିଲ ଅଫିସରେ ପହଞ୍ଚିଥିଲେ। ସେ ଲାଞ୍ଚ ଟଙ୍କା ଓ ଚେକ ସିଧାସଳଖ ସତ୍ୟନାରାୟଣଙ୍କୁ ଦେଇ ନଥିଲେ।

ସେ ତାଙ୍କ ଡ୍ରାଇଭରଙ୍କୁ ଦେବା କ୍ଷଣି ଅଧିକାରୀମାନେ ତାଙ୍କୁ କାବୁ କରି ନଥିଲେ। ଜେରା ବେଳେ ସେ ଏତେ ପରିମାଣର ଟଙ୍କା ସତ୍ୟନାରାୟଣଙ୍କ ନିର୍ଦ୍ଦେଶରେ ଗ୍ରହଣ କରୁଥିବା ସ୍ୱୀକାର କରିଛନ୍ତି।

Telangana CM Telangana ACB