ACB
ଲାଞ୍ଚ ନେବା ବେଳେ ଟଙ୍କା ସହ ଧରାପଡ଼ିଛନ୍ତି ଜଣେ ତହସିଲଦାର ଓ ତାଙ୍କ ଡ୍ରାଇଭର। ତେଲଙ୍ଗାନାର ମେକଚାଲ ମାଲକାଜଗିରିରେ ଉଭୟଙ୍କୁ ୩୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଦୁର୍ନୀତି ନିରୋଧ ଶାଖା(ଏସିବି)ର ଅଧିକାରୀମାନେ ଧରିଛନ୍ତି।
ଏସିବି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ତହସିଲଦାର ଟି ସତ୍ୟନାରାୟଣ ଓ ତାଙ୍କ ଡ୍ରାଇଭର ପି ବିଦ୍ରୀ ତହସିଲ ଅଫିସରେ ହିଁ ଲାଞ୍ଚ ନେଉଥିଲେ। ଶମିରପେଟ ମଣ୍ଡଳରେ ଥିବା ଅଫିସରେ ଲାଞ୍ଚ କାରବାର ଚାଲିଥିବା ବେଳେ ଉଭୟଙ୍କୁ ଧରା ଯାଇଛି। ଅଭିଯୋଗାରୀ ମୋଭା ରାମାସେଶାଗିରିଙ୍କ ଠାରୁ ସେମାନେ ନଗଦ ୧୦ ଲକ୍ଷ ଟଙ୍କା ଓ ୨୦ ଲକ୍ଷ ଟଙ୍କାର ଚେକ ନେଉଥିଲେ।
ଅଭିଯୋଗକାରୀଙ୍କ ଜମିକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ଓ ଜିଲ୍ଲାପାଳଙ୍କ ପାଖକୁ ଫାଇଲ ପଠାଇବା ବଦଳରେ ଏତେ ପରିମାଣର ଲାଞ୍ଚ ସତ୍ୟନାରାୟଣ ଦାବି କରିଥିଲେ।
ଏଥିରେ ତାଙ୍କ ଡ୍ରାଇଭର ମଧ୍ୟ ସାମିଲ ଥିଲେ। ଡିଲ ଅନୁସାରେ ମଙ୍ଗଳବାର ଅଭିଯୋଗକାରୀ ଜଣଙ୍କ ତହସିଲ ଅଫିସରେ ପହଞ୍ଚିଥିଲେ। ସେ ଲାଞ୍ଚ ଟଙ୍କା ଓ ଚେକ ସିଧାସଳଖ ସତ୍ୟନାରାୟଣଙ୍କୁ ଦେଇ ନଥିଲେ।
ସେ ତାଙ୍କ ଡ୍ରାଇଭରଙ୍କୁ ଦେବା କ୍ଷଣି ଅଧିକାରୀମାନେ ତାଙ୍କୁ କାବୁ କରି ନଥିଲେ। ଜେରା ବେଳେ ସେ ଏତେ ପରିମାଣର ଟଙ୍କା ସତ୍ୟନାରାୟଣଙ୍କ ନିର୍ଦ୍ଦେଶରେ ଗ୍ରହଣ କରୁଥିବା ସ୍ୱୀକାର କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/ACB_1707840717.jpg)