Advertisment

୫ ଦିନ ପରେ ଫେରିଲେ ନିଖୋଜ ବୃଦ୍ଧା, ବାପା ହତ୍ୟାକାରୀ ପୁଅ ଏବେବି ଫେରାର

ପୁଲିସ୍‌ ବାପାଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ମା’ଙ୍କ ପତ୍ତା ମିଳୁ ନ ଥିଲା। ମାତ୍ର ପ୍ରାୟ ୫ ଦିନ ପରେ ଗାଁକୁ ଏକୁଟିଆ ଫେରିଛନ୍ତି ବୃଦ୍ଧା ।

Old Lady

Old Lady

Advertisment

ବୃଦ୍ଧ ବାପାମା’ଙ୍କୁ ବୋଝ ଭାବି ପୁଅ ବାପାଙ୍କୁ ହତ୍ୟା କରି ପୋତି ଦେଇଥିଲା । ପୁଲିସ୍‌ ବାପାଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ମା’ଙ୍କ ପତ୍ତା ମିଳୁ ନ ଥିଲା। ମାତ୍ର ପ୍ରାୟ ୫ ଦିନ ପରେ ଗାଁକୁ ଏକୁଟିଆ ଫେରିଛନ୍ତି ବୃଦ୍ଧା । ବାପା ହତ୍ୟାକାରୀ ପୁଅ କିନ୍ତୁ ଏଯାଏ ଧରା ପଡ଼ିନି। ଏପରିକି ଗତ ୫ ଦିନ ଧରି ବୃଦ୍ଧାଜଣକ କେଉଁଠି ଓ କିପରି ଥିଲେ ସେ ନେଇ କିଛି ସୂଚନା ମିଳି ପାରିନି। ଏପରି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଗରସଙ୍ଗ ଗାଁରେ ଘଟିଛି ।

Advertisment

ଗରସଙ୍ଗ ଗାଁର ବୃଦ୍ଧ ପ୍ରଭାକର ବେହେରାଙ୍କ ପତ୍ତା ମିଳୁ ନ ଥିବା ନେଇ ତାଙ୍କ ସାନ ଝିଅ ମମତା ମଲ୍ଲିକ ପ୍ରଥମେ ପୁଲିସକୁ ଜଣାଇଥିଲେ। ଘଟଣା ପଛରେ ଭାଇ ରମେଶ ବେହେରାଙ୍କ ହାତ ଥିବା ସେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରି ରମେଶଙ୍କ ଘର ନିକଟସ୍ଥ ଜାଗାରୁ ପ୍ରଭାକରଙ୍କ ଶବକୁ ଉଦ୍ଧାର କରିଥିଲା। ମୃତଦେହ ଜଲଦି ନଷ୍ଟ ହେବା ନିମନ୍ତେ ରମେଶ ସେଥିରେ ଲୁଣ ପକାଇ ପୋତି ଦେଇଥିଲା ବୋଲି ସନ୍ଦେହ ହୋଇଥିଲା।

ଉକ୍ତ ଜାଗା ନିକଟରୁ ପ୍ରଭାକରଙ୍କ ପତ୍ନୀଙ୍କ ଚୁଡ଼ି ମିଳିଥିବାରୁ ତାଙ୍କୁ ମଧ୍ୟ ପୁଅ ରମେଶ ମାରି ପୋତି ଦେଇଥିବା ସନ୍ଦେହ ହୋଇଥିଲା। ଏହାପରେ ପୁଲିସ୍‌ ଜେସିବି ଲଗାଇ ଉକ୍ତ ସ୍ଥାନକୁ ଖୋଳାଖୋଳି କରିବା ପରେ ମଧ୍ୟ ତାଙ୍କ ପତ୍ନୀ ଚମ୍ପାଙ୍କ ପତ୍ତା ପାଇ ପାରି ନ ଥିଲା।

Advertisment

ମାତ୍ର ଆଜି ସକାଳେ ହଠାତ୍‌ ଏକ ଅଟୋ ଚାଳକ ଚମ୍ପାଙ୍କୁ ଧରି ଗାଁରେ ପହଞ୍ଚିଥିଲା। ଗାଁ ଲୋକେ ତାଙ୍କୁ ଅଟକ ରଖି ପଚରାଉଚରା କରିବାରୁ ଜାମୁଝଡ଼ି ଛକ ନିକଟରୁ ଜଣେ ବ୍ୟକ୍ତି ୭ଶହ ଟଙ୍କା ଦେଇ ବୃଦ୍ଧାଙ୍କୁ ଗରସଙ୍ଗ ଗାଁରେ ଛାଡ଼ି ଦେବାକୁ କହିଥିଲେ। ଉକ୍ତ ବ୍ୟକ୍ତିଙ୍କୁ ସେ ଚିହ୍ନି ନ ଥିବା ବେଳେ ଫଟୋ ଦେଖିବା ପରେ ରମେଶଙ୍କୁ ଚିହ୍ନଟ କରି ସେ ହିଁ ତାଙ୍କୁ ଟଙ୍କା ଦେଇ କେଉଁଆଡ଼େ ଚାଲି ଯାଇଥିବା କହିଥିଲେ।

ତେବେ ବୃଦ୍ଧାଜଣକ ଗାଁକୁ ଫେରିବା ପରେ ଏକ ପ୍ରକାର ବାକ୍‌ଶୂନ୍ୟ ହୋଇ ପଡ଼ିଛନ୍ତି। ଗତ ୫ ଦିନ ହେଲା ସେ ଗାଁରୁ କୁଆଡେ. କାହା ସହ ଗଲେ ଓ କେଉଁଠି ଥିଲେ ସେ ନେଇ କିଛି ସୂଚନା ମିଳୁନି। ତେବେ ତାଙ୍କ ମୁହଁରେ ଓ ଶରୀରରେ ଗଭୀର କ୍ଷତ ଚିହ୍ନ ରହିଛି।

ତେଣୁ ବାପାଙ୍କୁ ହତ୍ୟା କରିବା ପରେ ରମେଶ ଜୋରଜବରଦସ୍ତି ନିଜ ମା’ଙ୍କୁ କେଉଁଆଡ଼େ ନେଇ ଲୁଚାଇ ରଖିଥିବା ଓ ମାରପିଟ କରିଥିବା ଅନୁମାନ କରାଯାଉଛି। ବୃଦ୍ଧାଜଣକ କିଛି ପାଟି ଫିଟାଉ ନ ଥିବା ବେଳେ ଖବର ପାଇ ପୁଲିସ୍‌ ପହଞ୍ଚି ତାଙ୍କୁ ପଚରାଉଚରା କରିବ ବୋଲି ଜଣାଯାଇଛି।

Police Old Age Missing Balsore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe