/odisha-reporter/media/post_attachments/uploadimage/library/16_9/16_9_0/Murder_1719837530.jpg)
Murder
ପଡ଼ୋଶୀର ଟାଙ୍ଗିଆ ଚୋଟରେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ଗ୍ରାମରେ ଏହି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ କାଳିନ୍ଦ୍ରୀ ତାଣ୍ଡି। ପୁଲିସ ଅଭିଯୁକ୍ତ ବୃଦ୍ଧା ଶ୍ରୀକର ପୁଞ୍ଜିଙ୍କୁ ଗିରଫ କରିଛି।
Advertisment
ଆଜି ସକାଳେ କାଳିନ୍ଦ୍ରୀ ନଳକୂପରୁ ଗାଧୋଇ ଘରକୁ ଆସୁଥିଲେ। ଏହି ସମୟରେ ଶ୍ରୀକର ପଛରୁ ଆସି କାଳିନ୍ଦ୍ରୀଙ୍କୁ ଟାଙ୍ଗିଆରେ ଚୋଟ ପକାଇଥିଲେ। ବୃଦ୍ଧା ଜଣଙ୍କ ତଳେ ପଡ଼ିଯାଇଥିଲେ ଓ ବଡ଼ ପାଟିରେ ଚିତ୍କାର କରିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ।
ଶ୍ରୀକର କେଉଁ କାରଣ ପାଇଁ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ। ପୂର୍ବ ଶତ୍ରୁତା ନା ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
