Advertisment

ସହିହେଲାନି ପୁଅବୋହୂଙ୍କ ନିର୍ଯାତନା; ଗୁହାଳରେ ଝୁଲି ପଡ଼ିଲେ ବୃଦ୍ଧ

ମୃତଦେହ ନିକଟରୁ ପୁଲିସ ଏକ ସୁଇସାଇଡ୍‌ ନୋଟ ଜବତ କରିଛି। ଯେଉଁଥିରେ ବୃଦ୍ଧ ଲେଖିଛନ୍ତି ଅନେକ କଥା।

ଅଦ୍ୟତନ ହୋଇଛି
Tension situation

Tension situation

Advertisment

ବହୁ କଷ୍ଟ କରି ଦୁଇ ପୁଅଙ୍କୁ ବଡ଼ କରିଥିଲେ। ଭାବିଥିଲେ ବୟସର ଅପରାହ୍ନରେ ଆଶାବାଡି ହେବେ ଦୁଇ ଅନ୍ଧର ଲଉଡି। ହେଲେ ସମୟ କ୍ରମେ ସେମାନଙ୍କ ପାଇଁ ଅଲୋଡା ହୋଇଗଲେ ବୃଦ୍ଧ ବାପା। ପୁଅ ବୋହୂଙ୍କ ନିର୍ଯାତନା ସହି ନପାରି ଶେଷରେ ଗୁହାଳରେ ରଶି ଲଗାଇ ଝୁଲିପଡ଼ିଲେ ବୃଦ୍ଧ। ଏପରି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଚଣ୍ଡୀପୁର ଗାଁରେ। ମୃତ ବୃଦ୍ଧ ଜଣଙ୍କ ହେଲେ ନିରଞ୍ଜନ କର। ପୁଲିସ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ ଜବତ କରିଛି।

Advertisment

ନିରଞ୍ଜନଙ୍କର ଦୁଇ ପୁଅ ଓ ସ୍ତ୍ରୀକୁ ନେଇ ଥିଲା ସୁନାର ସଂସାର। ବଡ଼ ପୁଅ ନିଖୋଜ ଥିବାବେଳେ ସାନ ପୁଅ ପାଖରେ ରହୁଥିଲେ ନିରଞ୍ଜନ। ପୁଅବୋହୂ ନାତିନାତୁଣୀ ସହ ଖୁସିରେ ଦିନ କଟାଉଥିଲେ ନିରଞ୍ଜନ ଓ ତାଙ୍କ ସ୍ତ୍ରୀ। ହେଲେ ଅଧବାଟରେ ନିରଞ୍ଜନଙ୍କୁ ଏକା କରି ଆରପାରିକୁ ଚାଲିଗଲେ ସ୍ତ୍ରୀ। ନିରଞ୍ଜନ ପୂରା ଏକୁଟିଆ ହୋଇଗଲେ। ବୟସ ବଢ଼ିବା ସହ ବଢ଼ିଥିଲା ପୁଅବୋହୂଙ୍କ ନିର୍ଯାତନା। ଭଲରେ ମଧ୍ୟ ବୃଦ୍ଧ ବାପାଙ୍କ ଖାଇବାକୁ ଦେଉନଥିଲେ। ୪ବର୍ଷ ହେବ ଦୁଃଖକଷ୍ଟରେ ଦିନ କାଟୁଥିଲେ ନିରଞ୍ଜନ। କେତେ ବା ସହିବେ? ଶେଷରେ ନିରଞ୍ଜନ ଗତକାଲି ରାତିରେ ନିଜ ଗୁହାଳ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ମରିବା ପୂର୍ବରୁ ନିରଞ୍ଜନ ଏକ ସୁଇସାଇଡ ନୋଟ ଲେଖିଯାଇଛନ୍ତି। ଯାହାକୁ ପୁଲିସ ଜବତ କରିଛି। 

ଏଥିସହ ନିରଞ୍ଜନ ରହୁଥିବା ଘରୁ ପୁଲିସ ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି। ପୁଲିସ ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି।

Advertisment

ଗ୍ରାମବାସୀ କହିଛନ୍ତି, ନିରଞ୍ଜନ ସାନପୁଅ ବୋହୂଙ୍କ ପାଖରେ ରହୁଥିଲେ। ୪ବର୍ଷ ତାଙ୍କ ପୁଅବୋହୂ ନିର୍ଯାତନା ଦେଉଥିଲେ। ଭଲରେ ଗଣ୍ଡେ ଖାଇବାକୁ ଦେଉ ନଥିଲେ। ମରିବାପୂର୍ବରୁ ସେ ସୁଇସାଇଡ ନୋଟ୍‌ ଛାଡ଼ିଯାଇଛନ୍ତି। ସେଥିରେ ସେ ୨ ଡିସିମିଲି ଜମି ମେଡିକାଲ କରିବା ପାଇଁ ଦାନ କରିଛନ୍ତି। ନିଜ ଶବ ସତ୍କାର୨୫ ହଜାର ଟଙ୍କା ଛାଡ଼ିଯାଇଛନ୍ତି। ଏଥିସହ ଗ୍ରାମବାସୀ ତାଙ୍କ ମୁହଁରେ ନିଆଁ ଦେବା ସହ ଶବ ସତ୍କାର କରିବେ ବୋଲି ସେ ତାଙ୍କ ସୁଇ ସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି।

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe