Advertisment

ଅଶାନ୍ତ ରାଜଧାନୀ, ଘରୁ ମିଳିଲା ଶଯ୍ୟାଶାୟୀ ବୃଦ୍ଧାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ

ବୃଦ୍ଧାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାର କାରଣ ଜଣାପଡ଼ିନାହିଁ।

ଅଦ୍ୟତନ ହୋଇଛି
Deadbody

Deadbody

Advertisment

ଅପରାଧୀଙ୍କ ଚରାଭୂଇଁ ପାଲଟିଛି ଭୁବ‌ନେଶ୍ୱର। କଥାକଥାକେ ଗୁଳି ଫୁଟୁଛି, ଖଣ୍ଡାକାତି ବୁଲୁଛି। ଦିନ ଦି’ପହର ହେଉ କି ରାତି, ଜନଗହଳିପୂର୍ଣ୍ଣ ସ୍ଥାନ ହେଉ ଅବା ଶୂନ୍‌ଶାନ୍‌ ଜାଗା ଅପରାଧ ଘଟାଇବାକୁ ତିଳେ ମାତ୍ର ଭୟ କିମ୍ବା ସଂକୋଚ କରୁନାହାନ୍ତି ଅପରାଧୀ। ଗତକାଲି  ଏକ ଘରୁ ଭିତରରୁ ବୃଦ୍ଧାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଭୁବନେଶ୍ୱର ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରି ବାରି ଅଞ୍ଚଳରେ।

Advertisment

ବୃଦ୍ଧାଙ୍କୁ କେହି ତଣ୍ଟି କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ବୃଦ୍ଧା ଜଣଙ୍କ ହେଲେ ରୀତା ପଲ୍ଲୀ। ଅନ୍ୟପକ୍ଷରେ ବୃଦ୍ଧାଙ୍କ ବୋହୂଙ୍କୁ ଅଚେତ ଅବସ୍ଥାରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ସନ୍ଧ୍ୟା ସମୟରେ ବୃଦ୍ଧାଙ୍କ ଘର ଭିତରୁ ଚିତ୍କାର ଶୁଭିଥିଲା। ପଡ଼ୋଶୀ ଏହି ଚିତ୍କାର ଶୁଣି ପୁଲିସକୁ ଖବର ଦେଇଥିଲେ। ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହାସହ ତାଙ୍କ ବୋହୂଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ବୃଦ୍ଧା ଶଯ୍ୟାଶାୟୀ ଥିଲେ। ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାର କାରଣ ଜଣାପଡ଼ିନାହିଁ।

Advertisment

ଗତକାଲି ସନ୍ଧ୍ୟା ସମୟରେ ବୃଦ୍ଧା ଓ ତାଙ୍କ ବୋହୂ ଘରେ ଥିଲେ। ତାଙ୍କ ପୁଅ ଘରେ ନଥିଲେ। ବୃଦ୍ଧାଙ୍କୁ କିଏ ଓ କାହିଁକି ହତ୍ୟା କଲା ତଦନ୍ତ କରାଯାଉଛି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ  ସୂଚନା ଦେଇଛନ୍ତି।

, Odisha Police Bhubaneswar Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe