Advertisment

ଛତୁ ତୋଳିବାକୁ ଯାଇଥିବା ବେଳେ ବାଜିଲା ଗୁଳି

ଧୃବଙ୍କ ପାଟି ଶୁଣି ଛତୁ ସଂଗ୍ରହ କରିବାକୁ ଯାଇଥିବା ଆଉ କିଛି ଲୋକ ଦୌଡ଼ି ଆସିଥିଲେ।

Old Man

Old Man

Advertisment

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଆମ୍ବସରମୁଣ୍ଡା ପଞ୍ଚୟତ ଜନକପୁର ଗାଁରେ ଗୁଳିମାଡ଼ରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି। ତାଙ୍କ ନାଁ ଧୃବ ନାୟକ। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି।

Advertisment

ଧୃବ ଆଜି ସକାଳେ ଜଙ୍ଗଲକୁ ଛତୁ ସଂଗ୍ରହ କରିବାକୁ ଯାଇଥିଲେ। ଏକ ବୁଦା ପାଖରେ ଛତୁ ସଂଗ୍ରହ କରୁଥିବା ବେଳେ ଜଣେ ଶିକାରୀ ଜଙ୍ଗଲି ଜନ୍ତୁ ଅଛି ଭାବି ଗୁଳି ଚଳାଇଥିଲେ। ଗୁଳି ଧୃବଙ୍କ ଗୋଡ଼ରେ ବାଜିଥିଲା ଓ ସେ ଯନ୍ତ୍ରଣାରେ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ଶିକାରୀ ସେଠାରୁ ଫେରାର ହୋଇଯାଇଥିବା କୁହାଯାଉଛି।

ଧୃବଙ୍କ ପାଟି ଶୁଣି ଛତୁ ସଂଗ୍ରହ କରିବାକୁ ଯାଇଥିବା ଆଉ କିଛି ଲୋକ ଦୌଡ଼ି ଆସିଥିଲେ। ସେମାନେ ଧୃବଙ୍କୁ ସେଠାରୁ ଉଦ୍ଧାର କରିବା ସହିତ ତାଙ୍କ ପରିବାର ଲୋକଙ୍କୁ ଖବର ପଠାଇଥିଲେ। ଧୃବଙ୍କୁ ଆଠମଲ୍ଲିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe