Advertisment

ପାରିବାରିକ କଳହର ଉଗ୍ର ରୂପ; ପୁଅବୋହୂଙ୍କୁ ଜାଳିଦେଲେ ବୃଦ୍ଧ

ବୃଦ୍ଧ ବୟସରେ ଯେଉଁ ବାପା ପୁଅବୋହୂଙ୍କ ସାହାରା ଖୋଜନ୍ତି, ସେ ସାଜିଛନ୍ତି ରକ୍ତମୁଖା। ନିଜ ଭିତରେ ଥିବା କ୍ରୋଧକୁ ସମ୍ଭାଳି ନ ପାରି ବୃଦ୍ଧଜଣକ ନିଜ ପୁଅବୋହୂଙ୍କୁ ପେଟ୍ରୋଲ ଢାଳି ଜାଳି ଦେଇଥିବା ଜଣାଯାଇଛି।

author-image
Niharika Rout
Accused

Accused

ପାରିବାରିକ କଳହର ହୋଇଛି କରୁଣ ପରିଣତି। ବୃଦ୍ଧ ବୟସରେ ଯେଉଁ ବାପା ପୁଅବୋହୂଙ୍କ ସାହାରା ଖୋଜନ୍ତି, ସେ ସାଜିଛନ୍ତି ରକ୍ତମୁଖା। ନିଜ ଭିତରେ ଥିବା କ୍ରୋଧକୁ ସମ୍ଭାଳି ନ ପାରି ବୃଦ୍ଧଜଣକ ନିଜ ପୁଅବୋହୂଙ୍କୁ ପେଟ୍ରୋଲ ଢାଳି ଜାଳି ଦେଇଥିବା ଜଣାଯାଇଛି।

Advertisment

ଏପରି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ବାରଙ୍ଗ ଥାନା ଗୋଡିସାହି ବାରସିଂଗା ଗାଁରେ। ଘଟିଛି। ଅଭିଯୁକ୍ତ ବୃଦ୍ଧ ଗୋବର୍ଦ୍ଧନ ରାଉତଙ୍କୁ ପୁଲିସ ଅଟକ ରଖିଛି।

ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ଗୋବର୍ଦ୍ଧନଙ୍କ ପୁଅବୋହୂ ହେଲେ ଦୀନବନ୍ଧୁ ରାଉତ ଓ ତାଙ୍କ ପତ୍ନୀ। ଉଭୟଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Advertisment

ତେବେ କ’ଣ ପାଇଁ ବୃଦ୍ଧଜଣକ ଏପରି ଭୟଙ୍କର କାଣ୍ଡ ଘଟାଇଲେ ସେ ନେଇ କିଛି ଜଣାପଡ଼ିନି।

Cuttack