Advertisment

ମଣ୍ଡପରୁ ଲୁଟିନେଲେ ମା’ଙ୍କର ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର

ଗତକାଲି ରାତିରେ ଚୋରମାନେ ବରୁଣ୍ଡେଇବଙ୍ଗାଳୀ ସାହି ପୂଜା ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Loot

Loot

ମଣ୍ଡପରୁ ଲୁଟିନେଲେ ମା’ଙ୍କର ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର। ଯାଜପୁର କୋରେଇ ଥାନା ବରୁଣ୍ଡେଇସ୍ଥିତ ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ କୋରାଇ ଥାନାରେ ଅଭିଯୋଗ ହୋଇଛି।

Advertisment

ଗତକାଲି ରାତିରେ ଭୋଜିଭାତ ସରିବା ପରେ କମିଟି ସଦସ୍ୟ ଓ ପୂଜକ ମନ୍ଦିର ଭିତରେ ଶୋଇଥିଲେ। ହଠାତ ରାତି ୨ଟା ବେଳେ ମନ୍ଦିର ମୁଖ୍ୟ ଦ୍ୱାର ଖୋଲାଥିବା ଦେଖିଥିଲେ କମିଟି ସଦସ୍ୟ ଓ ପୂଜକ। ପରେ ଜାଣିବାକୁ ପାଇଥିଲେ ମାଆଙ୍କର ସମସ୍ତ ସୁନା ରୁପାଅଳଙ୍କାର ଲୁଟି ହୋଇଯାଇଛି।  ଘଟଣା଼ ସଂପର୍କରେ କୋରାଇ ପୁଲିସକୁ ପୂଜକ ଓ ଶୋଇଥିବା କମିଟି ସଦସ୍ୟ ଜଣାଇଥିଲେ।   

ମାଆଙ୍କ ହାର,ମୁକୁଟ, ତ୍ରିଶୂଳ, କାନଫୁଲ, ନାକଫୁଲ ଇତ୍ୟାଦି ସୁନାରୁପା ଗହଣା ପାଖାପାଖି ୧୫ ଲକ୍ଷ ଟଙ୍କାର ଗହଣା ଲୁଟ ହୋଇଥିବା କୋରେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Loot Jajpur