Advertisment

ପୁଅ ମାଡ଼ରେ ଗଲା ମା’ର ଜୀବନ; ୨୦ ଘଣ୍ଟା ହେଲା ପଡ଼ିଛି ମୃତଦେହ

ପୁଲିସ ଅଭିଯୁକ୍ତ ପୁଅକୁ ନେଇ ଅଟକ ରଖିବା ସହ ଘଟଣା ସଂପର୍କରେ ପଚରାଉଚରା କରିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
DeadBody

DeadBody

ଗତକାଲିଠୁ ମଦ୍ୟପ ପୁଅ ମାଡ଼ରେ ଗଲାଣି ମା’ର ଜୀବନ। ହେଲେ ବର୍ତ୍ତମାନ ସୁଦ୍ଧା ବୃଦ୍ଧାଙ୍କର ହୋଇ ପାରିନାହିଁ ଶବ ସତ୍କାର। ସାଇଣ୍ଟିଫିକ୍ ଟିମ୍ ଆସିନଥିବାରୁ ପ୍ରାୟ ୨୦ ଘଣ୍ଟା ହେବ ଘର ବାହାରେ ପଡ଼ି ରହିଛି ବୃଦ୍ଧାଙ୍କ ମୃତଦେହ। ଏପରି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବଡକଙ୍କରଖୋଳ ଗାଁରେ। ପୁଲିସ ଅଭିଯୁକ୍ତ ପୁଅ ଦୁଃଶାସନଙ୍କୁ ଅଟକ ରଖିଛି।

Advertisment

ଗତକାଲି ଦିନ ପ୍ରାୟ ୧ଟା ସମୟରେ ପୁଅ ମଦ ପିଇ ଘରକୁ ଫେରିଥିଲା। କୌଣସି କଥାକୁ ନେଇ ମା’ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ପୁଅ ଉତ୍ତ୍ୟକ୍ତ ହୋଇ ମା’କୁ କାଠ ଫାଳିଆରେ ମାଡ଼ ମାରି ହତ୍ୟା କରିଥିଲା। ପରେ ଘଟଣାସ୍ଥଳରୁ ଚମ୍ଫଟ ମାରିଥିଲା। ସନ୍ଧ୍ୟାରେ ଘଟଣାସଂପର୍କରେ ପଡ଼ୋଶୀ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ।

ପୁଲିସ ଅଭିଯୁକ୍ତ ପୁଅକୁ ନେଇ ଅଟକ ରଖିବା ସହ ଘଟଣା ସଂପର୍କରେ ପଚରାଉଚରା କରିଛି। ହେଲେ ଏବେ ସୁଦ୍ଧା ବୃଦ୍ଧାଙ୍କର ଶବ ସତ୍କାର ହୋଇପାରି ନାହିଁ। କାଲିଠୁ ବୃଦ୍ଧଙ୍କ ମୃତଦେହ ଘର ବାହାରେ ପଡ଼ିରହିଛି। ସାଇଣ୍ଟିଫିକ୍ ଘଟଣାସ୍ଥଳରେ ପହଞ୍ଚି ପାରି ନଥିବାରୁ ବୃଦ୍ଧାଙ୍କ  ଶବ ସତ୍କାର ହୋଇପାରି ନଥିବା ଜଣାଯାଇଛି। 

Advertisment
Deadbody Deogarh