/odisha-reporter/media/post_attachments/uploadimage/library/16_9/16_9_0/Murder_1705115345.jpg)
Murder
ଦୁଇ ଦିନ ହେଲା ନିଖୋଜ ଥିଲେ ବୃଦ୍ଧ। ଆଜି ସକାଳେ ପୋଖରୀରେ ଭାସୁଛି ମୃତଦେହ। ହତ୍ୟା ପରେ ତାଙ୍କୁ କେହି ପୋଖରୀ ଭିତରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଛତାପୀପଳ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ କାଲୁ ଦୀପ।
Advertisment
ଗୁରୁବାର ସନ୍ଧ୍ୟାରେ କାଲୁ ଗାଁର କିଛି ଲୋକଙ୍କ ସହ ପୋଖରୀ ହୋଡ଼ାରେ ଜୁଆ ଖେଳୁଥିଲେ। ତା’ ପରଠୁ ସେ ନିଖୋଜ ଥିଲେ। ପରିବାର ଲୋକେ ସବୁଆଡେ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। କାଲୁ ନିଖୋଜ ହେବା ନେଇ ପୁଇଁତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜୁଆ ଖେଳକୁ ନେଇ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଆଜି ସକାଳେ କାଲୁଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିଥିଲେ ଗାଁ ଲୋକେ। ଏନେଇ ପୁଲିସକୁ ଖବର ଦେଇଥିଲେ। କାଲୁଙ୍କୁ ହତ୍ୟା ପରେ ତାଙ୍କୁ କେହି ପୋଖରୀ ଭିତରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
