/odisha-reporter/media/post_attachments/uploadimage/library/16_9/16_9_0/Deadbody_1707533463.jpg)
Deadbody
ଗତକାଲିଠୁ ନିଖୋଜ ଥିଲେ। ବୃଦ୍ଧ। ଆଜି ସକାଳେ ପରିତ୍ୟକ୍ତ କୂଅରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିଲୁଙ୍ଗ ଗାଁରେ। ମୃତ ବୃଦ୍ଧା ଜଣକ ହେଲେ ଗାଁର ୬୫ ବର୍ଷୀୟ ଶୋଭା ଭୋଇ।
Advertisment
ବୃଦ୍ଧ ଜଣଙ୍କ ଗତକାଲିଠାରୁ ନିଖୋଜ ଥିଲେ। ସନ୍ଧ୍ୟା ହେବାରୁ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଚାରିଆଡେ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଆଜି ସକାଳେ ବୃଦ୍ଧଙ୍କର ମୃତଦେହ ପରିତ୍ୟକ୍ତ କୂଅରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଏନେଇ ପୁଲିସକୁ ଜଣାଇଥିଲେ।
ବୃଦ୍ଧ ଜଣଙ୍କ କିପରି କୂଅରେ ପଡ଼ିଲେ ତାର କାରଣ ଅସ୍ପଷ୍ଟ ରହିଛି। ବୃଦ୍ଧଙ୍କୁ କିଏ ହତ୍ୟା କରି କୂଅରେ ପକାଇଦେଇଛି ନା, ସେ ଆତ୍ମହତ୍ୟା କରିଛନ୍ତି ତାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
