Advertisment

‍ବନ୍ଧା ହେଲେ OMVD ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର ବେହେରା

ତାଙ୍କଠାରୁ ମୋଟ ୨୪ ଲକ୍ଷ ୨୭ ହଜାର ୯୦୦ ଟଙ୍କା ଜବତ କରାଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
OMVD TRAFFIC INSPECTOR

OMVD TRAFFIC INSPECTOR

ଅନୁଗୋଳ ଜିଲ୍ଲା ତାଳଚେର ଆରଟିଓର ଓଏମ୍‌ଭିଡି (ଓଡ଼ିଶା ମୋଟର ଯାନ ବିଭାଗ) ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ତାଙ୍କଠାରୁ ମୋଟ ୨୪ ଲକ୍ଷ ୨୭ ହଜାର ୯୦୦ ଟଙ୍କା ଜବତ କରାଯାଇଛି।

Advertisment

ଗତକାଲି ରାତିରେ ଜିତେନ୍ଦ୍ର କୁମାର ବେହେରା ଏକ ସ୍କୋଡା ରାପିଡ୍ କାର୍‌ରେ ତାଳଚେରରୁ ଅସ୍ତରଙ୍ଗ ଯାଉଥିବା ବେଳେ ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଭୁବନେଶ୍ୱରର ବାଲିଅନ୍ତାର ତ୍ରିନାଥ ବଜାର ନିକଟରେ ଅଟକାଇ ଥିଲା। ଯାଞ୍ଚ ବେଳେ ତାଙ୍କ ଠାରୁ ୧୧ ଲକ୍ଷ ୧୯ ହଜାର ୧୫୦ ଟଙ୍କା ବାହାରିଥିଲା। ଏହି ଟଙ୍କା କେଉଁଠାରୁ ଆଣିଥିଲେ ଓ କାହିଁକି ନେଉଥିଲେ, ସେ ନେଇ କିଛି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ଜିତେନ୍ଦ୍ର କୁମାର ବେହେରା। 

ଏହା ପରେ ତାଳଚେର ସ୍ଥିତ ତାଙ୍କ ଭଡ଼ା ଘର ସହିତ ତାଙ୍କ ନିଜ ଗାଁ ଅସ୍ତରଙ୍ଗ ସ୍ଥିତ ଘର ଓ ପାରାଦୀପରେ ତାଙ୍କ ଭାଇ ଘରେ ଚଢ଼ାଉ ହୋଇଥିଲା। ଚଢ଼ାଉ ବେଳେ ତାଳଚେର ସ୍ଥିତ ତାଙ୍କ ଭଡ଼ା ଘରୁ ୩ ଲକ୍ଷ ୮ ହଜାର ୭୫୦ ଟଙ୍କା ଓ ୩୩୬ ଗ୍ରାମ ସୁନା ମିଳିଥିଲା। ଅସ୍ତରଙ୍ଗ ସ୍ଥିତ ଘରୁ ୧୦ ଲକ୍ଷ ଟଙ୍କା ମିଳିଥିଲା। ଏହିଭଳି ଭାବେ ତାଙ୍କ ଠାରୁ ମୋଟ ୨୪ ଲକ୍ଷ ୨୭ ହଜାର ୯୦୦ ଟଙ୍କା ଜବତ କରାଯାଇଥିଲା, ଯାହା ସଂପର୍କରେ ସେ କୌଣସି ସନ୍ତୋଷଜନକ କାରଣ ଦର୍ଶାଇ ପାରି ନଥିଲେ। ତେଣୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ। ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

Advertisment
Vigilance Raid Odisha Vigilance Vigilance Net Vigilance