Advertisment

ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ ମହାପାତ୍ର ଗିରଫ

ତାଙ୍କ ଠାରୁ ୬ ଲକ୍ଷ ୭୯ ହଜାର ଟଙ୍କା ଜବତ କରାଯାଇଛି।

Prasant Kumar Mohapatra

Prasant Kumar Mohapatra

Advertisment

ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ତାଙ୍କ ଠାରୁ ୬ ଲକ୍ଷ ୭୯ ହଜାର ଟଙ୍କା ଜବତ କରାଯାଇଛି। ଏତେ ପରିମାଣରେ ନଗଦ ଟଙ୍କା ସେ କେଉଁଠାରୁ ଆଣିଥିଲେ, କେଉଁ ଉଦ୍ଦେଶ୍ୟରେ ଆଣିଥିଲେ- ତା’ର ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।

Advertisment

ପ୍ରଶାନ୍ତ କୁମାର ମହାପାତ୍ର ଗତକାଲି କାର ଯୋଗେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ କଟକ ନିକଟସ୍ଥ ବିରିବାଟୀର ତାରିଣୀ ଛକରେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇ ଥିଲା। ଯାଞ୍ଚ ବେଳେ ତାଙ୍କ ପାଖରୁ ନଗଦ ୪.୨୭ ଲକ୍ଷ ଟଙ୍କା ମିଳିଥିଲା। ସେ ଏହି ଟଙ୍କା କେଉଁଠାରୁ ଆଣିଲେ ଓ କେଉଁ ଉଦ୍ଦେଶ୍ୟରେ ନେଇ ଯାଉଥିଲେ ବୋଲି ଭିଜିଲାନ୍ସ ଟିମ୍ ପଚାରିଥିଲେ। ତେବେ ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର ଭିଜିଲାନ୍ସ ଅଧିକାରୀମାନଙ୍କ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ତେଣୁ ଭିଜିଲାନ୍ସ ଉକ୍ତ ଟଙ୍କାକୁ ଜବତ କରିଥିଲା।

ଏହା ପରେ ଭୁବନେଶ୍ୱରର ଭିଏସ୍‌ଏସ୍ ନଗର ସ୍ଥିତ ତାଙ୍କ ଘର ଓ ଜଗତସିଂହପୁରର ରଘୁନାଥପୁରର ତାରାପୁର ସ୍ଥିତ ଭଡ଼ା ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଭୁବନେଶ୍ୱର ସ୍ଥିତ ଘରୁ ନଗଦ ୨ ଲକ୍ଷ ୧୯ ହଜାର ୨୬୫ ଟଙ୍କା ମିଳିଥିଲା। ସେହିପରି ତାରାପୁର ସ୍ଥିତ ଭଡ଼ା ଘରୁ ୨୫ ହଜାର ୫୦୦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏହିପରି ମୋଟ ୬ ଲକ୍ଷ ୭୯ ହଜାର ୪୮୫ ଟଙ୍କା ତାଙ୍କ ଠାରୁ ଜବତ କରାଯାଇଛି, ଯାହାର ହିସାବ ସେ ଦେଇ ପାରୁ ନାହାନ୍ତି। ତେଣୁ ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ବେଆଇନ ଭାବେ ବିଭିନ୍ନ ସୂତ୍ରୁରୁ ଆରଟିଓ ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର ଟଙ୍କା ଠୁଳ କରୁଥିବା ନେଇ ପୂର୍ବରୁ ଭିଜିଲାନ୍ସ ଟିମ୍ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା। ତା’ପରଠୁ ତାଙ୍କ ଉପରେ ନଜର ରଖି ଆସିଥିଲା ଭିଜିଲାନ୍ସ। 

Vigilance Raid Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe