Advertisment

ଦୁଷ୍କର୍ମ ପରେ ରକ୍ତାକ୍ତ ଅବସ୍ଥାରେ ଦୁଆର ଦୁଆର ବୁଲିଲା ନାବାଳିକା

୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାହାଯ୍ୟ ପାଇଁ ଦୁଆର ଦୁଆର ବୁଲିଲେ, ହେଲେ କେହି କଲେନି ସାହାଯ୍ୟ...

ଅଦ୍ୟତନ ହୋଇଛି
CCTV Footage

CCTV Footage

Advertisment

ଅମାନବୀୟ, ଅସାମାଜିକ, ବୀଭତ୍ସ... ଯେ କେହି ବି ଏ ଦୃଶ୍ୟ ଦେଖିବ ବିଚଳିତ ହୋଇପଡିବ। ପିଶାଚଙ୍କ ପାଶବୀୟ କାଣ୍ଡ ତା' ଶରୀରକୁ ନିର୍ବସ୍ତ୍ର କରିଦେଇଛି, ରକ୍ତ ଜୁଡୁବୁଡୁ ଅବସ୍ତାରେ ସାହାଯ୍ୟ ଟିକିଏ ପାଇଁ ଦୁଆର ଦୁଆର ବୁଲୁଛି ଜଣେ ୧୨ ବର୍ଷର ଝିଅ। ହେଲେ ଆମ ସଭ୍ୟ ସମାଜର ସାମାଜିକ ପ୍ରାଣୀ ତା' ଦେହରେ କପଡାଟିଏ ପକାଇବାକୁ ବି ଅକ୍ଷମ...! ଜଣେ ବ୍ୟକ୍ତି ତାଙ୍କୁ ଦେଖି ଘଉଡାଇ ଦେଉଥିବା ସିସିଟିଭି ଭିଡିଓରେ ଦେଖିବାକୁ ମିଳୁଛି। 

Advertisment

ଶେଷରେ ଏପରି ଦୁଆର ଦୁଆର ବୁଲିବା ପରେ ଆଶ୍ରମର ଜଣେ ସନ୍ଥ କନା ଖଣ୍ଡେ ଦେବା ସହ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏପରି ଏକ ଘୃଣ୍ୟ ଘଟଣା ମଧ୍ୟପ୍ରଦେଶର ଉଜୈନରେ ଘଟିଛି। ସିସିଟିଭି ଭିଡିଓରେ ଅସହାୟ ନାବାଳିକାର ଏହି କରୁଣ ଚିତ୍ର ସାଧାରଣ ଲୋକଟିକୁ ବିଚଳିତ କରିଦେବ। 

ପୁଲିସର କହିଛି ଯେ, ଏହି ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି। ଭିଡିଓ ମୁତାବକ, ଜଣେ ୧୨ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହେବା ପରେ ଏକ ଛୋଟିଆ ପୋଷାକରେ ଶରୀରକୁ ଆବରଣ କରି ରାସ୍ତାରେ ବୁଲି ବୁଲି ସାହାଯ୍ୟ ମାଗୁଥିଲେ। ହେଲେ କେହି ସାହାଯ୍ୟ କରିନଥିଲେ। ଶେଷରେ ସେ ଏକ ଆଶ୍ରମରେ ପହଞ୍ଚିଥିଲେ। ତାଙ୍କ ରକ୍ତ ଜୁଡୁବୁଡୁ ଶରୀରକୁ ଦେଖି ସନ୍ଥ ଜଣକ ଯୌନ ହିଂସା ସନ୍ଦେହ କରି ତୁରନ୍ତ ତାଙ୍କ ଉପରେ ଏକ ଚାଦର ଘୋଡାଇ ଦେଇଥିଲେ। 

Advertisment

ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ ନେଇ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରୀ ପରୀକ୍ଷା ପରେ ଦୁଷ୍କର୍ମର ଶିକାର ହୋଇଥିବା ସୁନିଶ୍ଚିତ ହୋଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଇନ୍ଦୋରକୁ ସ୍ଥାନାନ୍ତର କରାଯାଇଛି। ଶରୀରରୁ ରକ୍ତ ନିର୍ଗମନ ଫଳରେ ତାଙ୍କୁ ରକ୍ତ ଆବଶ୍ୟକ ଥିଲା। ଚିକିତ୍ସା କରିବା ପରେ ଅବସ୍ଥା ସ୍ଥିର ଥିବା ପୁଲିସ କହିଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀ ତାଙ୍କ ନାମ ଠିକଣା ବାବଦରେ ଜାଣିବାକୁ ଚେଷ୍ଟା କରିଥିଲେ ବି ସଠିକ୍ ଭାବେ ସେ କିଛି କହିପାରୁ ନାହାଁନ୍ତି। ନାବାଳିକା ଜଣକ ସାମାନ୍ୟ ମାନସିକ ବିକାରଗସ୍ତ ଥିବା ଅନୁମାନ କରାଯାଉଛି। ତଥାପି ତାଙ୍କ କଥାବାର୍ତ୍ତାରୁ ଯାହା ଜଣାପଡୁଛି, ସେ ଉତ୍ତର ପ୍ରଦେଶର ହୋଇପାରନ୍ତି ବୋଲି ପୁଲିସ କହିଛି।

ଏନେଇ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ। ଘଟଣା କେଉଁଠି ଘଟିଛି, କେଉଁମାନେ ଅପରାଧୀ, ସେମାନଙ୍କୁ ତୁରନ୍ତ ଗିରଫ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲେ ଉଜୈନ ପୁଲିସ ମୁଖ୍ୟ ସଚିନ ଶର୍ମା କହିଛନ୍ତି।  

Crime Rape News Minor Girl Raped Madhya Pradesh Rape News MP Crime News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe