Advertisment

ବିଚ୍‌ ରାସ୍ତାରେ ଗ୍ୟାଙ୍ଗଷ୍ଟରର ମା’ ଓ ସହଯୋଗୀଙ୍କୁ ଗୁଳି କରି ହତ୍ୟା

ବାଟଲା ସିଭିଲ ହସ୍ପିଟାଲରେ କରନବୀରଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ହରଜିତ ମଧ୍ୟ ଆଖି ବୁଜିଛନ୍ତି।

author-image
Hemant Lenka
Harjit

Harjit

ବିଚ୍‌ ରାସ୍ତାରେ ହୋଇଛି ଗୁଳିମାଡ଼। କାରରେ ବସିଥିବା ଜଣେ ମହିଳା ଓ ତାଙ୍କ ସହଯୋଗୀଙ୍କୁ ଦୁଇ ଜଣ ବ୍ୟକ୍ତି ବାଇକରେ ଆସି ଗୁଳି କରିଛନ୍ତି। ଗୁଳି ମାଡ଼ ଯୋଗୁ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି। ପଞ୍ଜାବର ବାଟଲାର ବିଚ୍‌ ରାସ୍ତାରେ ଏପରି ଘଟଣା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ପ୍ରାଣ ହରାଇଥିବା ମହିଳା ଜଣଙ୍କ ହେଲେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜଗୁ ଭଗବାନପୁରିଆର ମା’। ଜଗୁ ଏବେ ଜେଲରେ ରହିଛି। କିନ୍ତୁ ଏବେ ତା’ର ମା’ଙ୍କୁ ହତ୍ୟା କରାଯାଇଛି।

Advertisment

ପୁଲିସ୍‌ କହିଛି ଯେ ଜଗୁର ମା’ ହରଜିତ କୌର ଗୁରୁବାର ରାତି ୯.୩୦ରେ ଗୁଳି ମାଡ଼ କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଓ ତାଙ୍କ ସହ ଥିବା ବ୍ୟକ୍ତିଙ୍କୁ ଅମୃତସର ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି।

Advertisment

ବାଟଲାର ଡିଏସ୍‌ପି ପରମବୀର ସିଂହ କହିଛନ୍ତି, ପୂରା ଘଟଣା ସିଭିଲ ଲାଇନ୍ସ ଅଞ୍ଚଳରେ ଥିବା କ୍ୱାଡିଆନ ରୋଡରେ ଘଟିଛି। ହରଜିତ କୌର ଓ ତାଙ୍କ ସହଯୋଗୀ କରନବୀର ସିଂହ କାରରେ ରହିଥିବା ବେଳେ ହଠାତ ଦୁଇ ଜଣ ବ୍ୟକ୍ତି ବାଇକ ଯୋଗେ ଆସିଥିଲେ। ଏହାପରେ ସେମାନେ ହରଜିତ ଓ କରନବୀରଙ୍କ ଉପରକୁ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲେ।

ବାଟଲା ସିଭିଲ ହସ୍ପିଟାଲରେ କରନବୀରଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ହରଜିତ ମଧ୍ୟ ଆଖି ବୁଜିଛନ୍ତି। ଗୁଳି ମାଡ଼ ପରେ ଆକ୍ରମଣୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି। ଏଥିପାଇଁ ଏକାଧିକ ଟିମ ଗଠନ କରାଯାଇଛି ବୋଲି ସେ କହିଛନ୍ତି।

Punjab Shot Dead