Advertisment

ଅଟଳ ସେତୁରେ କାର୍ ରଖି ଡେଇଁ ପଡ଼ିଲେ ଇଞ୍ଜିନିୟର

ଟାଟା ନେକ୍ସନ କାରରେ ଆସି ପୋଲକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଆଇଟି କମ୍ପାନୀରେ କାମ କରୁଥିବା ଜଣେ ଇଞ୍ଚିନିୟର।

ଅଦ୍ୟତନ ହୋଇଛି
Man jumps to death

Man jumps to death

Advertisment

ଅଟଳ ସେତୁର ଏପଟ ସପଟୁ ଆସୁଥାଏ ଗାଡ଼ି ମୋଟର। ଭିଡ଼ ରାସ୍ତା ମଝିରେ ଅଟକି ଥିଲା ଏକ ଟାଟା ନେକ୍ସନ କାର୍। ଆଉ କାର୍ ଭିତରୁ ବାହାରକୁ ବାହାରିଥିଲେ ଜଣେ ଯୁବକ। କେହି କିଛି କହିବା ଆଗରୁ ଉକ୍ତ ଯୁବକ ଜଣକ ପୋଲର ରେଲିଂ ଉପରୁ ଡେଇଁ ପଡ଼ିଛନ୍ତି।

Advertisment

ବୁଧବାର ଅପରାହ୍ନରେ ମୁମ୍ବାଇର ଟ୍ରାନ୍ସ ହାର୍ବୋର ଲିଙ୍କ୍ ତଥା ଅଟଳ ସେତୁରେ ଘଟିଛି ଏହି ଘଟଣା। ମୃତକ ଜଣକ ହେଉଛନ୍ତି ଇଞ୍ଜିନିୟର କେ ଶ୍ରୀନିବାସ। ସେ ଏକ ଆଇଟି କମ୍ପାନୀର ଇଞ୍ଜିନିୟର ଥିଲେ। ପରିବାର ସହ ମୁମ୍ବାଇର ବୋମ୍ବିଭିଲିରେ ରହୁଥିଲେ। ସେ ଆତ୍ମହତ୍ୟା କରିବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ପରିବାର ସଦସ୍ୟଙ୍କ କହିବା ଅନୁସାରେ, ଶ୍ରୀନିବାସ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ଏହାକୁ ନେଇ ଏପରି ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି। 2023ରେ ମଧ୍ୟ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କୁଏତରେ କାମ କରୁଥିବା ବେଳେ ଫିନାଇନ ପିଇ ଦେଇଥିଲେ ଶ୍ରୀନିବାସ।

Advertisment

ପୁଲିସ ସୂଚନା ଅନୁସାରେ, ଶ୍ରୀନିବାସ ମଙ୍ଗଳବାର ରାତି ପ୍ରାୟ ସାଢେ ଏଗାରଟାରେ ଘରୁ ପଳାଇ ଆସିଥିଲେ। ପୋଲରୁ ଡେଇଁବାର କିଛି ସମୟ ପୂର୍ବରୁ ଫୋନରେ ସ୍ତ୍ରୀ ଓ ଚାରି ବର୍ଷର ଝିଅ ସହ କଥା ହୋଇଥିଲେ।  

ଖବର ଲେଖା ହେବା ସୁଦ୍ଧା ଶ୍ରୀନାବାସଙ୍କ ପତ୍ତା ମିଳିନଥିଲା। ନାଭି ମୁମ୍ବାଇ ପୁଲିସ, ଅଟଳ ସେତୁ ଉଦ୍ଧାରକାରୀ ଟିମ୍ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି। 

Mumbai Suicide News Atal Setu Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe