Advertisment

ସିମ୍ ବକ୍ସ ଜବତ ଘଟଣା; ମାଷ୍ଟର ମାଇଣ୍ଡ ବାଂଲାଦେଶୀ, ଚାଇନା ଓ ପାକିସ୍ତାନକୁ ହେଉଥିଲା କଲ୍‌

ଏହି ସିମ୍ ବକ୍ସ ଜରିଆରେ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶକୁ କଲ୍‌ ଯାଉଥିଲା।

ଅଦ୍ୟତନ ହୋଇଛି
Arrest & seized

Arrest & seized

Advertisment

‘ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ଘଟଣାରେ ରହିଛି ଇଣ୍ଟରନ୍ୟାସନାଲ୍‌ ଲିଙ୍କ। ଏହି ସିମ୍ ବକ୍ସ ଜରିଆରେ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶକୁ କଲ୍‌ କରାଯାଉଥିଲା। ସାଇବର ଫ୍ରଡ୍, ଆତଙ୍କବାଦୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା।’ ଆଜି ଗଣମାଧ୍ୟମ ସମ୍ମୁଖରେ ଏପରି ସାଂଘାତିକ ଖୁଲାସା କରିଛନ୍ତି ଭୁବନେଶ୍ୱର ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡା।

Advertisment

ଏହା ଏକ ସାଂଘାତିକ ଘଟଣା ହୋଇଥିବା ବେଳେ ଏଥିରେ ଗତକାଲି ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ଗିରଫ କରାଯାଇଛି। ମାତ୍ର ଏହି ପୂରା ମାମଲାର ମାଷ୍ଟର ମାଇଣ୍ଡ ହେଉଛି ବାଂଲାଦେଶୀ ନାଗରିକ ଆଶାଦ୍ଦୁର ଜମାନ ।

ଗତ ଅକ୍ଟୋବର ୨୧ରେ ଭାରତରେ ପ୍ରବେଶ କରିଥିଲା ଆଶାଦ୍ଦୁର ଜମାନ। ଭୁବନେଶ୍ୱର ଆସି ରାଜୁ ସହ ଲିଙ୍ଗରାଜ ହୋଟେଲରେ ରହିଥିଲା। କେଶୁରାରେ ଭଡ଼ା ଘର ନେଇ ସିମ୍ ବକ୍ସ ରାକେଟ୍ ଚଳାଇ ଆସୁଥିଲେ। ଆଶାଦ୍ଦୁର ନିର୍ଦ୍ଦେଶରେ ରାଜୁ ମଣ୍ଡଳ ଭୁବନେଶ୍ୱରରେ କାର୍ଯ୍ୟ କରୁଥିଲା।

Advertisment

ଗତକାଲି ହୋଇଥିବା ଚଢ଼ାଉରେ ୫ଟି ଅପରେସନାଲ ସିମ୍ ବକ୍ସ ମିଳିଛି । ପ୍ରାୟ ୧ ହଜାର ସିମ୍ ମିଳିଛି, ସେଥିରୁ ୫୮ଟି ଅବ୍ୟବହୃତ ସିମ୍ ଅଛି। ରାଜୁକୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରାଯିବ ବୋଲି ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି।

ସେ କହିଛନ୍ତି, ଏହି ସିମ୍‌ ବକ୍ସ ଜରିଆରେ ଅପରାଧୀ କେଉଁ ଦେଶରୁ କଲ୍‌ କରିଛି, ତାହା ଜଣାପଡ଼ିବନି। ବାହାର ଦେଶରୁ କଲ୍‌ ଆସିଲେ ବି ଲୋକାଲ ସିମ୍‌ ଜରିଆରେ ଆସିବ। ବାହାର ଦେଶର ଅପରାଧୀ ଭାରତରେ ଅପରାଧ ଘଟାଇବା ନିମନ୍ତେ ଏହାକୁ ବ୍ୟବହାର କରିଥାନ୍ତି। ଆତଙ୍କବାଦୀ, ସାଇବର ଫ୍ରଡ, ଡ୍ରଗ୍ସ ଚାଲାଣ ନିମନ୍ତେ ଏହାକୁ ବ୍ୟବହାର କରାଯାଇଥାଏ।

ମୁଖ୍ୟତଃ ସିମ୍‌ ବକ୍ସରୁ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟର କଲ୍‌କୁ ଲୋକାଲ ସିମ୍‌ ଜରିଆରେ ଭାରତକୁ ଛଡ଼ା ଯାଉଥିଲା। ଅପରାଧୀ ଜଣକ ବିଦେଶୀ ହୋଇଥିବାରୁ ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଏହାର ତଦନ୍ତ କରାଯିବ । ଆବଶ୍ୟକ ସ୍ଥଳେ ଇଣ୍ଟରପୋଲର ବି ସାହାଯ୍ୟ ନିଆଯିବ । କଲ୍‌ ଡିଟେଲ୍ସ ଆନାଲିସସ୍‌ କରାଯିବ । ଫଳରେ କେଉଁ କେଉଁ ଦେଶରୁ ଓ କେଉଁ ଉଦ୍ଦେଶ୍ୟରେ କଲ୍‌ ଆସୁଥିଲା ସାଇବର ଏକ୍ସପର୍ଟଙ୍କ ଦ୍ୱାରା ତାହାର ତଦନ୍ତ କରାଯିବ ।

ଗତ ୮ ମାସ ଧରି ସିମ୍ ବକ୍ସ ଭୁବନେଶ୍ୱରର ଏକ ଘରେ ରଖିଥିବା ବେଳେ ମାସକୁ ଥରେ ଦୁଇଥର ରାଜୁ ସେଠାକୁ ଆସୁଥିଲେ। ସେମାନେ ଭାରତର ବିଭିନ୍ନ ସ୍ଥାନରେ ସିମ୍‌ ବକ୍ସ ବସାଇଛନ୍ତି। ବାଂଲାଦେଶରୁ ତାହାକୁ ଅପରେଟ୍‌ କରାଯାଏ। ବାଂଲାଦେଶରୁ ମୁଖ୍ୟ ଅଭିଯୁକ୍ତ ଆସାଦ୍ଦୁର ଏହାକୁ ଅପରେଟ କରୁଥିଲେ।

ଭୁବନେଶ୍ୱରରେ ବିଦେଶୀ ସିମ୍‌ ବକ୍ସ ରଖି ଅପରାଧିକ କାର୍ଯ୍ୟକଳାପ କରାଯାଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଗତକାଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଓ ସ୍ପେଶାଳ ସ୍କ୍ୱାର୍ଡକୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଘରେ ଗୋଟିଏ ରାକ୍‌ରେ ୭ଟି ସିମ୍‌ ବକ୍ସ ଥିବା ଦେଖିବାକୁ ମିଳିଥିଲା। ସିମ୍‌ ବକ୍ସ ଗୁଡ଼ିକରେ ଇଣ୍ଟରନେଟ୍‌ କନେକ୍ସନ ଓ ପାୱାର ସପ୍ଲାଏ ବି ରହିଥିଲା। ଏହି ଘଟଣାରେ ରାଜୁ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିବା ବେଳେ ପୁଲିସ୍‌ ତାଙ୍କୁ ଅଟକ ରଖିଥିଲା। ଏହାପରେ ଆଜି ପୁଲିସ୍‌ ତାଙ୍କୁ ବାନ୍ଧିଛି।

ସିମ୍ ବକ୍ସ କଣ ?

ସିମ୍ ବକ୍ସ  ଏକ ଡିଭାଇସ ହୋଇଥିବା ବେଳେ ସେଥିରୁ ବିଶ୍ୱର ଯେ କୌଣସି ସ୍ଥାନକୁ କଲ୍ ଓ ଗ୍ରୁପ୍ ମେସେଜ୍ ମଧ୍ୟ କରାଯାଇପାରିବ। ହେଲେ କଲ୍‌ କେଉଁଠୁ ଯାଉଛି ଏବଂ ତାହା ବିଦେଶୀ କଲ୍ ବୋଲି ରିସିଭରଙ୍କୁ ଜଣାପଡ଼ିନଥାଏ। ବିଶେଷଜ୍ଞଙ୍କ ମତରେ ସିମ୍ ବକ୍ସ ବ୍ୟବହାର କରି ଆତଙ୍କବାଦୀ ନେଟୱାର୍କ ପରିଚାଳନା, ସାଇବର୍ ଫ୍ରଡ୍ ଏବଂ ବିଦେଶକୁ ଗୁପ୍ତ ତଥ୍ୟ ପ୍ରଦାନ ଭଳି ସାଂଘାତିକ ଅପରାଧ ଘଟାଯାଇପାରେ।

Bhubaneswar Criminal Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe