Advertisment

ମୁଁ ଆଇଏଏସ୍‌ ଅଫିସର; ଚାକିରି କରାଇଦେବି କହି ଲୁଟୁଥିଲେ ମହିଳା

ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ କଟକ ବିଡାନାସୀ ଥାନାରେ ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Accused

Accused

Advertisment

”ମୁଁ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଆଇଏଏସ୍ ଅଧିକାରୀ। ମୁଁ ବଡ଼ ବଡ଼ କମ୍ପାନୀର ଚାକିରି କରାଇ ଦେବି। ଏଥିପାଇଁ କିଛି ଟଙ୍କା ଦେବାକୁ ପଡ଼ିବ।” ଏପରି କହି ଆଶାୟୀଙ୍କୁ ଚୁନ ମାରୁଥିଲେ ମହିଳା। ଏପରି କୋଟିକୋଟି ଟଙ୍କା ଠକେଇ ଅଭିଯୋଗରେ ଜଣଙ୍କୁ ବାନ୍ଧିଛି ପୁଲିସ। ହେଲେ ଏହି ଘଟଣାର ମାଷ୍ଟରମାଇଣ୍ଡ ସଂପୃକ୍ତ ମହିଳା ଜଣଙ୍କ ଫେରାର ହୋଇଯାଇଛନ୍ତି। ଏପରି ଅଭିଯୋଗ ଆସିଛି କଟକରୁ।

Advertisment

ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବିଡ଼ାନାସୀ ସୁଭଦ୍ରାନଗର ଅଞ୍ଚଳର ଡାନିଏଲ୍ ରାଜ୍। ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ କଟକ ବିଡାନାସୀ ଥାନାରେ ଅଭିଯୋଗ ହୋଇଛି।

ବିଡାନାସୀ ଅଞ୍ଚଳରେ ରହୁଥିବା ଜଣେ ମହିଳା ନିଜକୁ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଆଇଏଏସ୍ ଅଧିକାରୀ ବୋଲି ନିଜକୁ ପରିଚୟ ଦେଉଥିଲେ।ରେଳବାଇ, ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ, ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ହେଉଥିବା ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ଚାକିରି କରାଇ ଦେବାକୁ କହି  ନିଜ ଜାଲରେ ଫସାଉଥିଲେ। ଏଭଳି ମିଛ ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ କୋଟିକୋଟି ଟଙ୍କା ଆଣୁଥିଲେ। ହେଲେ ଆଶାୟୀମାନଙ୍କୁ ଚାକିରି ମିଳୁନଥିଲା। ଏହି ଠକେଇର ଶିକାର ହୋଇଥିବା ଜଣେ ଆଶାୟୀ କଟକ ବିଡାନାସୀ ଥାନାର ଅଭିଯୋଗ କରିବାପରେ ପୁଲିସ ଘଟଣାର ତଦନ୍ତ କରିଥିଲା। ପରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ହେଲେ ସଂପୃକ୍ତ ମହିଳା ଜଣଙ୍କ ଫେରାର ଅଛନ୍ତି। ପୁଲିସ ତାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

Advertisment

ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି ରାକେଟର ଚେର ଲମ୍ବିଥିବା ଜଣାଯାଇଛି। ମାଷ୍ଟର ମାଇଣ୍ଡଙ୍କ ମହିଳାଙ୍କ ସହ  ତାଙ୍କ ପୁଅ ଓ ଝିଅ ଏହି ନେଟୱାର୍କରେ   କାମ କରୁଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe