Advertisment

ଚାଲାଣ ପୂର୍ବରୁ ସାଢ଼େ ୩ କୋଟିର ଗଞ୍ଜେଇ ଜବତ

କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ଡୁମ୍ବେରୀଖେତା ଗ୍ରାମରୁ ଏହି ବିପୁଳ ପରିମାଣର ଗଞ୍ଜେଇକୁ ଜବତ କରାଯାଇଛି।

author-image
Niranjan Mishra
ganja seized

ganja seized

ଚାଲାଣ ପୂର୍ବରୁ ସାଢ଼େ ୩ କୋଟି ଟଙ୍କା ଗଞ୍ଜେଇ ଜବତ। ଗଞ୍ଜେଇ ମାଫିଆ ଗିରଫ। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ଡୁମ୍ବେରୀଖେତା ଗ୍ରାମରୁ ଏହି ବିପୁଳ ପରିମାଣର ଗଞ୍ଜେଇକୁ ଜବତ କରାଯାଇଛି। ଗ୍ରାମର କାର୍ତ୍ତିକେଶ୍ୱର ଦିଗାଲଙ୍କୁ ଗିରଫ କରାଯାଇଛି। ସେ ଘରେ ଏହି ନିଶା ଦ୍ରବ୍ୟକୁ ଲୁଚାଇ ରଖିଥିଲେ।

Advertisment

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଅଚାନକ ଚଢ଼ଉ କରିଥିଲା। ଏଠାରୁ ମୋଟ ୭ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ କୋଟି ୫୦ ଲକ୍ଷ ଟଙ୍କା ହେବ।

କାର୍ତ୍ତିକେଶ୍ୱର ଏହି ଗଞ୍ଜେଇକୁ ବାହାରକୁ ଚୋରାଚାଲାଣ କରିବା ପାଇଁ ଯୋଜନା କରିଥିଲା ବୋଲି ବୋଲି ଗୋଚ୍ଛାପଡ଼ା ଥାନାଧିକାରୀ ରଞ୍ଜିତ କୁମାର ମୁନୀ ସୂଚନା ଦେଇଛନ୍ତି।

Advertisment

ରିପୋର୍ଟ ଫୁଲବାଣୀରୁ ତ୍ରିନାଥ ସାହୁ

Odisha Police Ganja