Advertisment

ଆନ୍ଧ୍ରରୁ ଆଣି ଓଡ଼ିଶା ନମ୍ବର ଲଗାଇ ବିକ୍ରି ଉଦ୍ୟମ; ୧୯ଟି ବାଇକ ଜବତ, ଜଣେ ଗିରଫ

ଏହି ୧୯ଟି ଗାଡ଼ିରୁ ୧୮ଟି ହେଉଛି ଆନ୍ଧ୍ର ପ୍ରଦେଶର ଓ ଗୋଟିଏ ଓଡ଼ିଶାର।

Bike

Bike

Advertisment

ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରୁ ଚୋରି ହୋଇଥିବା ୧୯ଟି ବାଇକ୍ ଜବତ କରିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ। ଏହା ସହିତ ଏଥିରେ ସାମିଲ ଜଣେ ଚୋରକୁ ପୁଲିସ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତଙ୍କ ନାଁ ରଘୁ ପ୍ରଧାନ (୨୯)। ତାଙ୍କ ଘର ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ପଲାସା ଥାନା ଅଞ୍ଚଳରେ।

Advertisment

ପୁଲିସ ଜବତ କରିଥିବା ୧୯ଟି ଦୁଇ ଚକିଆ ଗାଡ଼ି ମଧ୍ୟରେ ରହିଛି ୭ଟି ରୋୟାଲ ଏନ୍‌ଫିଲ୍‌ଡ ବୁଲେଟ, ଗୋଟିଏ କେଟିଏମ୍‌, ୬ଟି ପଲସର, ୨ଟି ଆପାଚୀ ଓ ୩ଟି ୟାମାହା କମ୍ପାନୀର ଦାମୀ ବାଇକ। ଏହି ୧୯ଟି ଗାଡ଼ିରୁ ୧୮ଟି ହେଉଛି ଆନ୍ଧ୍ର ପ୍ରଦେଶର ଓ ଗୋଟିଏ ଓଡ଼ିଶାର।

ଚୋରମାନେ ଆନ୍ଧ୍ର ପ୍ରଦେଶରୁ ବାଇକ୍ ଚୋରି କରି ପାରଳାଖେମୁଣ୍ଡି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିଲେ ଓ ବିକ୍ରି ଯୋଜନା ରଖି ବିଭିନ୍ନ ଲୋକଙ୍କ ସହ ମୂଲଚାଲ ଚଲାଇଥିଲେ। ହେଲେ ସେଗୁଡ଼ିକୁ ବିକ୍ରି କରିବା ପୂର୍ବରୁ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ହାତରେ ଧରାପଡ଼ିଥିଲା ଚୋର। ଏହି ଚୋରିରେ ସାମିଲ ଆଉ ଜଣେ ବ୍ୟକ୍ତି ଫେରାର ଅଛନ୍ତି। ପୁଲିସ୍‌ ତାଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe