Advertisment

ଜନସେବା କେନ୍ଦ୍ରରେ ବିକୁଥିଲେ ଧଳା ଜହର; ଗ୍ରାହକ ସାଜି ଧରିଲା ଅବକାରୀ ବିଭାଗ

ଅବକାରୀ ବିଭାଗ ୩୪ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Arrested

Arrested

ଜନସେବା କେନ୍ଦ୍ରରେ ବିକୁଥିଲେ ଧଳା ଜହର। ଗ୍ରାହକ ସାଜି ବ୍ରାଉନ ସୁଗାର ବେପାରୀକୁ ଧରିଲା ଅବକାରୀ ବିଭାଗ। ନୟାଗଡ଼ ଜିଲ୍ଲାରେ ଏପରି ଘଟଣା ଘଟିଛି। ଅବକାରୀ ବିଭାଗ ୩୪ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ।  ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଜ୍ଞାନରଞ୍ଜନ ମହାନ୍ତି। 

Advertisment

ଖଣ୍ଡପଡ଼ା ଥାନା ଢୋଲମରା ଛକରେ ଜ୍ଞାନରଞ୍ଜନ ଜନସେବା କେନ୍ଦ୍ର ରହିଛି। ଦୀର୍ଘଦିନ ଜ୍ଞାନରଞ୍ଜନ ଜନସେବା କେନ୍ଦ୍ର କରିବା ସହ ବ୍ରାଉନ ସୁଗାର ବେପାର କରୁଥିବା ଅବକାରୀ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଗତକାଲି ନୟାଗଡ ଅବକାରୀ ବିଭାଗ ସୁପରଟେଣ୍ଡେଣ୍ଟ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶରେ ଖଣ୍ଡପଡା ଓ ନୟାଗଡ ଅବକାରୀ ବିଭାଗ ଗ୍ରାହକ ସାଜି ଜନସେବା କେନ୍ଦ୍ରକୁ ଯାଇଥିଲେ।

ଜ୍ଞାନରଞ୍ଜନକୁ ଧରିବାରେ ସଫଳ ହୋଇଥିଲେ। ଆଜି ଜ୍ଞାନରଞ୍ଜନକୁ କୋର୍ଟ ଚାଲାଣ କରାଯିବା ନେଇ ଅବକାରୀ ବିଭାଗ ସୁପରଟେଣ୍ଡେଣ୍ଟ କରୁଣା ଶଙ୍କର ତିୱାରୀ ସୂଚନା ଦେଇଛନ୍ତି l

Advertisment
Nayagarh