Advertisment

ବ୍ୟାଙ୍କ ଲୁଟ ଘଟଣାରେ ଜଣେ ଗିରଫ

ବନ୍ଧୁକ ଦେଖାଇ ୯ ଲକ୍ଷ ରୁ ଅଧିକ ଟଙ୍କା ଲୁଟ କରିଥିଲେ ଦୁଇଜଣ ଦୁର୍ବୁତ୍ତ

author-image
Biswajit Samal
LOOT

LOOT

ବରଗଡ଼ ଜିଲ୍ଲା ବରପାଲି ଉତ୍କଳ ଗ୍ରାମିଣ ବ୍ୟାଙ୍କ ଲୁଟ୍‌ ଘଟଣାରେ ଜଣକୁ ଗିରଫ କରିଛି ପୁଲିସ। ଗିରଫ ବ୍ୟକ୍ତିଙ୍କ ନାଁ ହେଉଛି ଅମିତ ଦାସ। ତାଙ୍କ ଘର ବଲାଙ୍ଗୀର ଜିଲ୍ଲାରେ।

Advertisment

ସୂଚନା ଅନୁସାରେ ୧୮ ତାରିଖରେ ବନ୍ଧୁକ ଦେଖାଇ ୯ ଲକ୍ଷ ରୁ ଅଧିକ ଟଙ୍କା ଲୁଟ କରିଥିଲେ ଦୁଇଜଣ ଦୁର୍ବୁତ୍ତ। ଏହି ମାମଲାରେ ବରଗଡ଼ ପୁଲିସ ପେଷାଦାର ଅପରାଧୀ ଅମିତକୁ ଗିରଫ କରିଛି। ତଦନ୍ତ ବେଳେ ଅମିତ ଠାରୁ ଗଞ୍ଜେଇ ସହ ବିଭିନ୍ନ କାରବାରରେ ବ୍ୟବହାର ହେଉଥିବା ୫ଟି କାର ୨ଟି ବାଇକ, ୭ଟି ମୋବାଇଲ ସହ ନଗଦ ୪ ଲକ୍ଷ ୨୬ ହଜାର ଟଙ୍କା ଜବତ ହୋଇଛି। ଅମିତଙ୍କ ନାଁ ରେ ପୂର୍ବରୁ ବରଗଡ଼, ସମ୍ବଲପୁର, ସୋନପୁର, ରାୟଗଡ଼, ବଲାଙ୍ଗୀର ଆଦି ଅଞ୍ଚଳର ବିଭିନ୍ନ ଥାନାରେ ୧୮ଟି ସଙ୍ଗିନ ମାମଲା ରହିଛି।

ବରଗଡ଼ ଏସପିପି.ଏସ ମୀନା କହିଛନ୍ତି, ଅମିତ ଓରଫ ଗୁରୁଦେବକୁ ପୁଲିସ ବରଗଡ଼ କଟାପାଲିର ବ୍ରହ୍ମଚାରୀରୁ ଗିରଫ କରିଥିଲା। ଏବେ ଆଉ ଜଣେ ଫେରାର ଥିବା ବେଳେ ତାକୁ ମଧ୍ୟ ଧରିବାକୁ ପ୍ରୟାସ ଯାରିରଖିଛି ପୁଲିସ।

Advertisment
Loot