ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପ-କାରାଗାରରୁ ଦୁଇ ଜଣ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ୍। ତାଙ୍କ ନାଁ ସୁମିତ ବିହାରୀ। ତାଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି।
ଟିଟିଲାଗଡ ପୁଲିସ ଗିରଫ ସୁମିତ ବିହାରୀଙ୍କୁ ଉପ-କାରାଗାରକୁ ନେଇ ସିନ୍ ରିକ୍ରେସନ କରାଇବା ସହିତ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍ପି ଆର. ଖିଲାରି।
Also Read
ଗତ ୯ ତାରିଖରେ ସୁମିତ ବିହାରୀ ଓ ଶୋଭାବନ ରଣା ଜେଲ୍ରୁ ଫେରାର ହୋଇଯାଇଥିଲେ। ଏନେଇ ଜେଲ୍ କର୍ତ୍ତୃପକ୍ଷ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାର ତଦନ୍ତ ଖୋଦ୍ ଜେଲ ଡିଆଇଜି କୁଳମଣି ବେହେରା କରିବା ପରେ ଦୁଇ ଜଣ ଗାର୍ଡଙ୍କୁ ନିଲମ୍ବନ କରାଯାଇଥିଲା।
ଅନ୍ୟତମ ଫେରାର ବିଚାରାଧୀନ କଏଦୀଙ୍କ ନାଁ ଶୋଭାବନ ରଣା। ତାଙ୍କୁ ଧରିବାକୁ ଉଦ୍ୟମ କରୁଛି ଟିଟିଲାଗଡ଼ ପୁଲିସ।
ଟିଟିଲାଗଡ଼ରୁ ଅବିନାଶ ନନ୍ଦ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୁଣି ପନ୍ନୁ ପଠାଇଲା ଧମକପୂର୍ଣ୍ଣ ମେଲ୍; ଦେଲା ଚେତାବନୀ
ଆଜି ପୁନର୍ବର ଏହି ଘଟଣାର ପୁନରାବୃତ୍ତି ହୋଇଛି। ଆସନ୍ତା୮ ତାରିଖରେ ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ପାଳିତ ହେବ ।
Crime
ଚା' ଖଟିରେ ଦାଦନ ସର୍ଦ୍ଦାର ସହ ଥାନାଧିକାରୀଙ୍କ ଦୋସ୍ତି! ଡିଲ୍ ଚାଲିଥିବା ଅଭିଯୋଗ
ଭିଟାମାଟି ଛାଡ଼ି ଦାଦନ ଯାଉଥିଲେ ଅନେକ ଶ୍ରମିକ। ପାଖରେ ଥିବା ଚା ଦୋକାନରେ ଦାଦନ ସର୍ଦ୍ଦାର ସହ ଖଟି ଜମାଇଥିଲେ ପାଟଣାଗଡ଼ ଥାନାଧିକାରୀ। ଲୋକେ କହୁଛନ୍ତି ଚାଲିଥିଲା ଡିଲ୍।
Crime
ପୁଲିସ ଉପରେ ଗାଡି ଚଢ଼ାଇ ଚମ୍ପଟ ମାରିଲେ ଗଞ୍ଜେଇ ଗ୍ୟାଙ୍ଗ; ଦେଖନ୍ତୁ ଭିଡିଓ
ପୂର୍ବରୁ ସୂଚନା ପାଇ ଗଞ୍ଜେଇ ଗ୍ୟାଙ୍ଗକୁ ଧରିବା ପାଇଁ ଟୋଲ ପ୍ଲାଜାରେ ଅଟକାଇଥିଲା ପୁଲିସ। ଗାଡ଼ି ଚଢ଼ାଇ ଫେରାର୍ ହୋଇଗଲେ ଗଞ୍ଜେଇ ମାଫିଆ।
Crime
ପଡ଼ୋଶୀଙ୍କୁ ହତ୍ୟା କଲେ ବାପ-ପୁଅ, କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲେ
ସୁରେଶଙ୍କ ଝିଅ ଫେରାର ହେବା ପଛରେ ରାମଚନ୍ଦ୍ରଙ୍କ ହାତ ଥିବା ଆଶଙ୍କାରେ ତାଙ୍କୁ ବାପ-ପୁଅ ମାରି ଦେଇଛନ୍ତି।
Crime
ଘର ତିଆରି କରୁଛନ୍ତି କି? ହୁସିଆର୍; ରାଜଧାନୀରେ ବିକ୍ରି ହେଉଛି ଡୁପ୍ଲିକେଟ୍ ସିମେଣ୍ଟ
ବଡ଼ଗଡ଼ ଥାନା ଟଙ୍କପାଣି ସାଇ ମନ୍ଦିର ନିକଟରେ ଏକ ଡୁପ୍ଲିକେଟ୍ ସିମେଣ୍ଟ କାରଖାନା ଚାଲିଥିଲା। ବ୍ୟବହାର ଯୋଗ୍ୟ ନଥିବା ବା ମେଣ୍ଡା ହୋଇଯାଇଥିବା ସିମେଣ୍ଟକୁ ଆଣି ଭାଙ୍ଗି ସେଥିରେ ଧୂଳି ଓ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ତିଆରି କରୁଥିଲେ ସିମେଣ୍ଟ।