Advertisment

ଟିଟିଲାଗଡ଼ ଜେଲ୍‌ରୁ ୨ କଏଦୀ ଫେରାର ଘଟଣା, ଦିଲ୍ଲୀରୁ ଜଣେ ଗିରଫ

ଗତ ୯ ତାରିଖରେ ସୁମିତ ବିହାରୀ ଓ ଶୋଭାବନ ରଣା ଜେଲ୍‌ରୁ ଫେରାର ହୋଇଯାଇଥିଲେ।

Accused

Accused

Advertisment

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପ-କାରାଗାରରୁ ଦୁଇ ଜଣ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ୍। ତାଙ୍କ ନାଁ ସୁମିତ ବିହାରୀ। ତାଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି।

Advertisment

ଟିଟିଲାଗଡ ପୁଲିସ ଗିରଫ ସୁମିତ ବିହାରୀଙ୍କୁ ଉପ-କାରାଗାରକୁ ନେଇ ସିନ୍‌ ରିକ୍ରେସନ କରାଇବା ସହିତ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍‌ପି ଆର. ଖିଲାରି।

ଗତ ୯ ତାରିଖରେ ସୁମିତ ବିହାରୀ ଓ ଶୋଭାବନ ରଣା ଜେଲ୍‌ରୁ ଫେରାର ହୋଇଯାଇଥିଲେ। ଏନେଇ ଜେଲ୍ କର୍ତ୍ତୃପକ୍ଷ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାର ତଦନ୍ତ ଖୋଦ୍ ଜେଲ ଡିଆଇଜି କୁଳମଣି ବେହେରା କରିବା ପରେ ଦୁଇ ଜଣ ଗାର୍ଡଙ୍କୁ ନିଲମ୍ବନ କରାଯାଇଥିଲା। 

Advertisment

ଅନ୍ୟତମ ଫେରାର ବିଚାରାଧୀନ କଏଦୀଙ୍କ ନାଁ ଶୋଭାବନ ରଣା। ତାଙ୍କୁ ଧରିବାକୁ ଉଦ୍ୟମ କରୁଛି ଟିଟିଲାଗଡ଼ ପୁଲିସ।

ଟିଟିଲାଗଡ଼ରୁ ଅବିନାଶ ନନ୍ଦ

Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe