Advertisment

ଦୁର୍ଗାପୂଜା ଭସାଣି ବେଳେ ଛୁରାମାଡ଼; ଚାଲିଗଲା ନାବାଳକଙ୍କ ଜୀବନ

ଏହି ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଟାଉନ ଥାନା ପୁଲିସ।

ଅଦ୍ୟତନ ହୋଇଛି
Attack

Attack

Advertisment

ଦୁର୍ଗା ପୂଜା ଭସାଣିବେଳେ ଛୁରାମାଡ଼ ହୋଇଛି। ଏଥିରେ ଜଣେ ନାବାଳକର ଜୀବନ ଯାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ନବରଙ୍ଗପୁର ଟାଉନ୍ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତ ନାବାଳକ ଜଣଙ୍କ ଦଣ୍ଡାସି ସାହିର କିରଣ ଗାଦବା। ଆହତ ନାବାଳକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ଟାଉନ୍ ଥାନା ଅଞ୍ଚଳରେ ଦୁର୍ଗା ପୂଜା ଭସାଣି ଚାଲିଥିଲା। ଏହି ସମୟରେ କୌଣସି କଥାକୁ ନେଇ ସୌରାସାହି ଓ ବଡ଼ହରିଜନ ସାହି ପିଲାଙ୍କ ମଧ୍ୟରେ ବଚସା ହୋଇଥିଲା। ଧୀରେ ଧୀରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଛୁରା ମାଡ଼ ହୋଇଥିଲା। ଏଥିରେ ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ଜଣେ ନାବାଳକ ଆହତ ହୋଇଥିଲେ।

ପୁଲିସ ପହଞ୍ଚି ବୁଝାସୁଝା କରିବା ଉତ୍ତେଜନା ଥମିଥିଲା। ଆହତ ନାବାଳକଙ୍କୁ ଉଦ୍ଧାର କରାଯାଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଟାଉନ ଥାନା ପୁଲିସ।

Advertisment
Attack Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe