Advertisment

ମାରିଲା ଦନ୍ତା; ମାଡ ଖାଇଲେ ବନ କର୍ମଚାରୀ

ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।

ଅଦ୍ୟତନ ହୋଇଛି
Attack

Attack

Advertisment

ଶୌଚ ପାଇଁ ଯିବା ବେଳେ କଚାଡି ମାରିଲା ଦନ୍ତା। ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ରୁଗୁଡ଼ି ସାହିରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଧରଣୀ ଧର ପାତ୍ର। ତାଙ୍କ ଘର ରୁଗୁଡ଼ି ସାହିରେ।

Advertisment

ଆଜି ସକାଳେ ଧରଣୀ ଶୌଚ ପାଇଁ ଯାଉଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଘର ଦୁଆର ମୁହଁରେ ଉଠାଇ କଚାଡ଼ି ଦେଇଥିଲା। ପରିବାର ଲୋକେ ଧରଣୀଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ହାତୀଟିକୁ ଘଉଡାଇବା ସହ  ଧରଣୀଙ୍କୁ ପରିବାର ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଧରଣୀଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀ ଓ ବନ କର୍ମଚାରୀ ମଧ୍ୟରେ ଠେଲାପେଲା ହୋଇଛି। ବନ କର୍ମଚାରୀଙ୍କୁ ଗ୍ରାମବାସୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ଓ ଘଟଣାର ତଦନ୍ତ କରୁଛି। 
ସାହିର

Advertisment
Sudargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe