Advertisment

ସନ୍ଧ୍ୟାରେ ଦୁର୍ଘଟଣାରେ ଚାଲିଗଲା ଜୀବନ; ରାତିରେ ଘରେ ବୁଲିଲା କଳାକନା

ବିଜୟଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

ଅଦ୍ୟତନ ହୋଇଛି
police station

police station

Advertisment

ସନ୍ଧ୍ୟାରେ ଦୁର୍ଘଟଣା ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ। ବିଳମ୍ବିତ ରାତିରେ ମୃତ ବ୍ୟକ୍ତିଙ୍କ ଘରେ ପଶି କଳାକନା ବୁଲାଇ ଦେଲେ ଲୁଟେରା। ଏପରି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବାଲିଆମ୍ବ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବିଜୟ ସାହୁ।

Advertisment

ବାଗଡ଼ିଆ ହାଟକୁ ପରିବା ବିକ୍ରି କରିବା ପାଇଁ ଯାଇଥିଲେ ବିଜୟ। ଗତକାଲି ରାତିରେ ହାଟରୁ ପରିବା ବିକ୍ରି କରି ଟ୍ରାକ୍ଟର ଯୋଗେ ଘରକୁ ଫେରୁଥିଲେ। ବରସାହି ନିକଟରେ ଟ୍ରାକ୍ଟରଟି ହଠାତ୍ ହମ୍ପସ ଉପରେ ଚଢ଼ିଯିବାରୁ ସେ ଭାରସାମ୍ୟ ହରାଇ ତଳେ ଛିଟିକି ପଡ଼ି ଯାଇଥିଲେ। ଟ୍ରାକ୍ଟରଟି ବିଜୟଙ୍କ ମୁଣ୍ଡ ଉପରେ ଚଢ଼ିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବିଜୟଙ୍କ ମୃତ୍ୟୁ ଖବର ପାଇ  ତାଙ୍କ ପତ୍ନୀ ଓ ସମ୍ପର୍କୀୟ ଛେଣ୍ଡିପଦା ପହଞ୍ଚିଥିଲେ। ପରେ ବିଳମ୍ବିତ ରାତିରେ ତାଙ୍କ ସ୍ତ୍ରୀ ଓ କିଛି ସମ୍ପର୍କୀୟ ଘରକୁ ଫେରିଥିଲେ। ଘରେ ପହଞ୍ଚିବାର ମାତ୍ର କିଛି ମିନିଟ ମଧ୍ୟରେ ପ୍ରାୟ ୭ରୁ ୮ ଜଣ ଲୁଟେରା ମୃତ ବିଜୟଙ୍କ ଘରେ ପଶିଥିଲେ। ଖଣ୍ଡା, ଭୁଜାଲି ଓ ବନ୍ଧୁକ ଦେଖାଇ ପରିବାର ଲୋକଙ୍କୁ ଭୟବୀତ କରାଇଥିଲେ। ପରେ ଟଙ୍କା ଓ ସୁନା ଲୁଟି ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି।  ବିଜୟଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ଅନ୍ୟ ପକ୍ଷରେ ଲୁଟେରାମାନେ ଘରେ ପଶି କଳାକନା ବୁଲାଇଦେବା ଘଟଣା ସମସ୍ତଙ୍କୁ ଦୁଃଖ ଦେଇଛି। 

Advertisment
Loot Anugul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe