Advertisment

ମାର୍ଟ ଖୋଲିବା ନାଁରେ ୧୨ କୋଟି ଟଙ୍କାର ଠକେଇ, ଜଣେ ଗିରଫ

କେବଳ ଓଡ଼ିଶାରେ ନୁହେଁ, ଝାରଖଣ୍ଡ, ଜମ୍ମୁ ଓ କଶ୍ମୀର, ଗୁଜରାଟ, ଦିଲ୍ଲୀ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଆସାମ ଓ ମହାରାଷ୍ଟ୍ରରେ ମଧ୍ୟ ଏଭଳି ଢଙ୍ଗରେ ହୋଇଛି ଠକେଇ।

Pankaj Kumar Parida

Pankaj Kumar Parida

Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ ମାର୍ଟ (ବାଣିଜ୍ୟିକ କେନ୍ଦ୍ର) ଖୋଲିବା ନାଁରେ ୧୨ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗରେ ବୁଧବାର ଅର୍ଥନୈତିକ ଅପରାଧିକ ଶାଖା (EOW) ଏମ୍‌/ଏସ୍‌ ଅମର୍ଦା ବଜାର ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରମୋଟର/ନିର୍ଦ୍ଦେଶକ ପଙ୍କଜ କୁମାର ପରିଡ଼ାଙ୍କୁ ଗିରଫ କରିଛି।

Advertisment

ପଙ୍କଜ ଏମ୍‌ବିଏ କରିଛନ୍ତି। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଚାନ୍ଦବାଲିପଡ଼ିଆରେ। ଆଜି EOW ଅଧିକାରୀମାନେ ତାଙ୍କୁ ଭୁବନେଶ୍ୱରର ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁରର ଏକ ଆପାର୍ଟମେଣ୍ଟରୁ ଗିରଫ କରିଛନ୍ତି। ତାଙ୍କଠାରୁ ଲାପଟପ୍‌, ମୋବାଇଲ ଫୋନ୍, ଅନେକ ଚିଠି ଓ ମନି ରିସିପ୍‌ଟ ଜବତ କରାଯାଇଛି।

EOW ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ ଅନୁଯାୟୀ, ଋତୁରାଜ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଥିଲା। ଋତୁରାଜ ଅଭିଯୋଗ କରିଥିଲେ ଯେ ଏମ୍‌/ଏସ୍‌ ଅମର୍ଦା ବଜାର ପ୍ରାଇଭେଟ୍ ଲିମିଟେଡ୍‌ ଓ ଏହାର ନିର୍ଦ୍ଦେଶକ- ପର୍ଶୁରାମ ରାଜନେତଭାଇ ପାଲ ଏବଂ ପଙ୍କଜ କୁମାର ପରିଡ଼ା ତାଙ୍କୁ ଓ ତାଙ୍କର କିଛି ସଂପର୍କୀୟଙ୍କୁ ସେମାନଙ୍କ କମ୍ପାନୀରେ ନିବେଶ ନାଁରେ ୧.୨୬ କୋଟି ଟଙ୍କାର ଠକେଇ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୋସେରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି ନିମନ୍ତେ ମାର୍ଟ ଖୋଲିବା ପାଇଁ ନିବେଶ କରିବାକୁ ସେମାନଙ୍କୁ କୁହାଯାଇଥିଲା। ଏଥିରୁ ସେମାନେ ଭଲ ଲାଭ ପାଇବେ ବୋଲି ଅଭିଯୁକ୍ତମାନେ କହିଥିଲେ।

Advertisment

ତଦନ୍ତ ବେଳେ ଜଣାପଡ଼ିଲା ଯେ ଏମ୍‌/ଏସ୍‌ ଅମର୍ଦା ବଜାର ପ୍ରାଇଭେଟ ଲିମିଟେଡ୍‌ ନିର୍ଦ୍ଦେଶକ ଓ ପ୍ରମୋଟରମାନେ ରାଜ୍ୟର ସାଧରଣ ଲୋକଙ୍କୁ ସେମାନଙ୍କ କମ୍ପାନୀରେ ନିବେଶ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ। ମିନି ମାର୍ଟ, ସୁପର ମାର୍ଟ, ହାଇପର ମାର୍ଟ, ମେଗା ମାର୍ଟ ଓ ସୁପର ମେଗା ମାର୍ଟ ଆଦି ଖୋଲିବା ନାଁରେ ସେମାନେ ଲୋକଙ୍କୁ ନିବେଶ କରିବାକୁ କହିଥିଲେ। ଏଥିରୁ ଅଧିକ ଲାଭ ମିଳିବାର ଲୋଭ ଦେଖାଇଥିଲେ ସେମାନେ। ଲୋକଙ୍କୁ ସେମାନେ ୨୦ ଲକ୍ଷରୁ ୫ କୋଟି ପର୍ଯ୍ୟନ୍ତ ନିବେଶ କରିବାକୁ କହିଥିଲେ। ଲୋକଙ୍କଠାରୁ ୧୨ କୋଟି ଆଦାୟ କରିବା ପରେ କମ୍ପାନୀର ନିର୍ଦ୍ଦେଶକ ଓ ପ୍ରମୋଟରଙ୍କ ଦେଖା ମିଳି ନଥିଲା। ନା ସେମାନେ କୌଣସି ସ୍ଥାନରେ ମାର୍ଟ ଖୋଲିଥିଲେ ନା ନିବେଶକଙ୍କୁ ଟଙ୍କା ଫେରାଇଥିଲେ। ଓଡ଼ିଶାରୁ ୧୨ କୋଟି ଟଙ୍କା ଆଦାୟ କରିବାରେ ପଙ୍କଜ କୁମାର ପରିଡ଼ା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। 

କେବଳ ଓଡ଼ିଶାରେ ନୁହେଁ, ଝାରଖଣ୍ଡ, ଜମ୍ମୁ ଓ କଶ୍ମୀର, ଗୁଜରାଟ, ଦିଲ୍ଲୀ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଆସାମ ଓ ମହାରାଷ୍ଟ୍ରରେ ମଧ୍ୟ ଏଭଳି ଢଙ୍ଗରେ ଏହି କମ୍ପାନୀ ଠକେଇ କରିଛି। ଗିରଫ ପଙ୍କଜ କୁମାର ପରିଡ଼ା କଂପାନୀର ଝାରଖଣ୍ଡ ଦାୟିତ୍ୱରେ ମଧ୍ୟ ଥିଲେ।

EOW
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe