Advertisment

ପାଟପୁର ଜଙ୍ଗଲକୁ ଶିକାର ପାଇଁ ଯାଉଥିଲେ; ମାଡ଼ି ବସିଲା ବନ ବିଭାଗ

ଦୁଲା ଶ୍ୱଶୁର ଘର ଅଦାପାଳ ଅଞ୍ଚଳରେ ରହି ବିଭିନ୍ନ ସମୟରେ ଶିକାର କରୁଥିବା ଜଣାଯାଇଛି।

Arrested

Arrested

Advertisment

ପାଟପୁର ଜଙ୍ଗଲକୁ ଶିକାର କରିବାକୁ ଯିବାବେଳେ ମାଡ଼ି ବସିଲା ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳରେ ଏହି ଘଟଣା ଘଟିଛି। ଗିରଫ ଶିକାରୀ ଜଣଙ୍କ ହେଲେ ଦୁଲା ହାଁସଦା। ବନ ବିଭାଗ ଗିରଫ ଶିକାରୀଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ଗୁଳି ଓ ବାଟୁଳି ସହିତ ଅନ୍ୟ ସରଞ୍ଜାମ  ଜବତ କରିଛି।

Advertisment

ପାଟପୁର ସଂରକ୍ଷିତ ଜଙ୍ଗଲକୁ ଦୁଲା ଶିକାର କରିବା ଉଦ୍ଦେଶ୍ୟରେ ଯାଉଥିବା ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଏନେଇ ଯୋଜନା ମୁତାବକ ଛକି ରହିଥିଲା। ବାଟରେ ବନ ବିଭାଗ କର୍ମଚାରୀଙ୍କୁ ଦେଖି ବାଇକ ଯୋଗେ ଖସି ଯିବାକୁ ଉଦ୍ୟମ କରିଥିଲା ଦୁଲା। ହେଲେ ବନ ବିଭାଗ ଦୁଲାକୁ ଧରିବାରେ ସଫଳ ହୋଇଥିଲା।

ଦୁଲା ହାଁସଦାର ଘର ଉଦଳା ଏନଏସି ଅଞ୍ଚଳରେ ହୋଇଥିବା ବେଳେ ସେ ନିଜ ଶ୍ୱଶୁର ଘର ଅଦାପାଳ ଅଞ୍ଚଳରେ ରହି ବିଭିନ୍ନ ସମୟରେ ଶିକାର କରୁଥିବା ଜଣାଯାଇଛି। 

Advertisment
Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe