Advertisment

ଲୁଟ୍‌ ପାଇଁ ପିଛା କରୁଥିଲେ; ଧକ୍କା ଦେବାରୁ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଗୁଳି କଲେ

ଚୋରମାନେ ଉତ୍‌କ୍ଷିପ୍ତ ହୋଇ ବାଇକ୍‌ ଉଠାଇ ପ୍ରଥମେ ନୀଳମାଧବଙ୍କୁ ଗୁଳି କରିଥିଲେ। ଗୁଳି ତାଙ୍କ ପେଟ ଓ ଅଣ୍ଟାରେ ବାଜିଥିଲେ। ପରେ ଅଳଙ୍କାର ଦୋକାନୀ ସୁନୀଲ୍‌ ଓ ତାଙ୍କ ସାଥୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସେମାନଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା।

ଅଦ୍ୟତନ ହୋଇଛି
Jajpur

Jajpur

Advertisment

ଅଳଙ୍କାର ଦୋକାନୀ କର୍ମଚାରୀଙ୍କୁ ଲୁଟ୍‌ ପାଇଁ ପିଛା କରୁଥିଲେ। ତେବେ ରାସ୍ତାରେ ଲୁଟେରାଙ୍କ ବାଇକ୍‌କୁ ଧକ୍କା ଦେଲା ଅନ୍ୟ ଏକ କାର୍‌। ଏଥିରେ ଉତ୍‌କ୍ଷିତ ହୋଇ ଅଫିସ୍‌ ଆଗରେ ଛିଡ଼ା ହୋଇଥିବା ବିଦ୍ୟୁତ କର୍ମଚାରୀଙ୍କୁ ଗୁଳି କଲେ ଲୁଟେରା। ପରେ ସୁନା ଦୋକାନୀଙ୍କୁ ଫାୟାରିଂ କରିଥିଲେ। ଆଜି ଅପରାହ୍ନରେ ଏପରି ଘଟଣା ଯାଜପୁର ଜିଲ୍ଲା ପାଣିକୋଇଲି ଛକ୍‌ରେ ଘଟିଛି। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ପାଣିକୋଇଲି ଛକରେ ଥିବା ଏକ ଅଳଙ୍କାର ଦୋକାନର ଦୁଇ କର୍ମଚାରୀ ସୁନୀଲ୍‌ ରାୟ ତାଙ୍କ ସାଥୀ ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ କାର୍‌ରେ ଯାଉଥିଲେ। ଏ ସମ୍ପର୍କରେ ଜାଣିପାରି ୩ ଜଣ ଦୁର୍ବୃତ୍ତ ସେମାନଙ୍କ କାର୍‌କୁ ପିଛା କରୁଥିଲେ। ତେବେ ପାଣିକୋଇଲି ଛକଠାରୁ ଅଳ୍ପ ଦୂରରେ ବିଦ୍ୟୁତ ଅଫିସ୍‌ ପାଖରେ ଦୁର୍ବୃତ୍ତଙ୍କ ବାଇକ୍‌କୁ ଅନ୍ୟ ଏକ କାର୍‌ ଧକ୍କା ଦେଇଥିଲା। ଅଫିସ୍‌ ଆଗରେ ଦୁର୍ଘଟଣା ଘଟିଥିବା ଦେଖି ବିଦ୍ୟୁତ୍‌ କର୍ମଚାରୀ ନୀଳମାଧବ ପଣ୍ଡା ଚିତ୍କାର କରିଥିଲେ।

ଚୋରମାନେ ଉତ୍‌କ୍ଷିପ୍ତ ହୋଇ ବାଇକ୍‌ ଉଠାଇ ପ୍ରଥମେ ନୀଳମାଧବଙ୍କୁ ଗୁଳି କରିଥିଲେ। ଗୁଳି ତାଙ୍କ ପେଟ ଓ ଅଣ୍ଟାରେ ବାଜିଥିଲେ। ପରେ ଅଳଙ୍କାର ଦୋକାନୀ ସୁନୀଲ୍‌ ଓ ତାଙ୍କ ସାଥୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସେମାନଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା। ଯାହା ଫଳରେ ସେମାନେ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଫାୟାରିଂ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ସେଠାକୁ ଚାଲି ଆସିଥିଲେ। ଲୋକଙ୍କୁ ଦେଖି ଚମ୍ପଟ ମରିବା ବେଳେ ୩ ଦୁର୍ବୃତ୍ତଙ୍କ ଭିତରୁ ୨ ଜଣଙ୍କୁ କାବୁ କରିନେଇଥିଲେ ସ୍ଥାନୀୟ ଲୋକେ। ବହେ ଛେଚି ଥିଲେ।

Advertisment

ଗୁଳି ମାଡ଼ରେ ଆହତ ହୋଇଥିବା ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାଣିକୋଇଲି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ନୀଳମାଧବଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଅନ୍ୟ ୨ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ପକ୍ଷରେ ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ଦୁଇ ଦୁର୍ବୃତ୍ତ ଗୁରୁତର ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ପୁଲିସ ସେମାନଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଏବେ ମଧ୍ୟ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ରକ୍ଷା ଦୃଷ୍ଟିର ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାସ

Crime Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe