Advertisment

ରଙ୍ଗୀଲା ପ୍ରେମ; ସଭା ମଝିରୁ ଉଠି ଆସି ବିଷ ପିଇଦେଲେ ଶାଳୀ ଓ ଭିଣୋଇ

ଗତ ମଙ୍ଗଳବାର ଉଭୟ ଘରୁ ଫେରାର ହୋଇଯାଇଥିଲେ। ଗୁରୁବାର ସନ୍ଧ୍ୟାରେ ଗାଁରେ ବୈଠକ ବସିଥିଲା। ଉଭୟ ପରିବାର ଲୋକ କୌଶଳ କରି ତୁଳସୀରାମ ଓ ଦେବତୀଙ୍କୁ ବୈଠକକୁ ଡକାଇଥିଲେ। ସମସ୍ତଙ୍କ ସମ୍ମୁଖରେ ବିବାଦ ସମାଧାନ ପାଇଁ ଉଦ୍ୟମ ଚାଲିଥିଲା।

ଅଦ୍ୟତନ ହୋଇଛି
Kalahindi

Kalahindi

Advertisment

ଶାଳୀ ଓ ଭିଣୋଇଙ୍କ ରଙ୍ଗୀଲା ପ୍ରେମ! ଉଭୟ ବିବାହ କରିଥିଲେ ସୁଦ୍ଧା ପ୍ରେମରେ ପଡ଼ିଥିଲେ। ଆଉ ପ୍ରେମରେ ଅନ୍ଧ ହୋଇ ଘର ଛାଡ଼ି ପଳାଇ ଯାଇଥିଲେ। ପରିବାର ଲୋକ ବିବାଦ ସମାଧାନ ପାଇଁ ଉଦ୍ୟମ କରୁଥିବା ବେଳେ ସଭା ମଝିରୁ ଉଭୟ ଉଠି ଆସି ବିଷ ପିଇ ଦେଇଥିଲେ। ଏପରି ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି।

Advertisment

କୋକସରା ଥାନା ପଲସ ପାଣି ଗାଁର ତୁଳସୀ ରାମ ନାଏକ ଧର୍ମଗଡ଼ ଥାନା ଅଞ୍ଚଳରେ ବିବାହ କରିଥିଲେ। ତାଙ୍କର ଏବେ ୩ ବର୍ଷ ପୁଅଟିଏ ରହିଛି। ପତ୍ନୀ ଓ ପୁଅ ଥାଉଁ ଥାଉଁ ସେ ନିଜର ସମ୍ପର୍କୀୟ ଶାଳୀ ଛତିଶଗଡ଼ ରାଜ୍ୟର ଦହିଗାଁ ଦେବତୀ(ଛଦ୍ମନାମ)(ପତ୍ନୀଙ୍କ ମାଉସୀଙ୍କ ଝିଅ)ଙ୍କୁ ପ୍ରେମ କରୁଥିଲେ। ଦେବତୀ ବିବାହ କରିଥିଲେ ସେ ଭିଣୋଇଙ୍କ ପ୍ରେମରେ ପଡ଼ିଥିଲେ। ଉଭୟ ପରସ୍ପରକୁ ଭଲ ପାଉଥିଲେ।

ଗତ ମଙ୍ଗଳବାର ଉଭୟ ଘରୁ ଫେରାର ହୋଇଯାଇଥିଲେ। ଗୁରୁବାର ସନ୍ଧ୍ୟାରେ ଗାଁରେ ବୈଠକ ବସିଥିଲା। ଉଭୟ ପରିବାର ଲୋକ କୌଶଳ କରି ତୁଳସୀରାମ ଓ ଦେବତୀଙ୍କୁ ବୈଠକକୁ ଡକାଇଥିଲେ। ସମସ୍ତଙ୍କ ସମ୍ମୁଖରେ ବିବାଦ ସମାଧାନ ପାଇଁ ଉଦ୍ୟମ ଚାଲିଥିଲା। ଠିକ୍‌ ସେହି ସମୟରେ ଉଭୟ ବାହାନା କରି ସଭା ମଝିରୁ ଉଠି ଆସିଥିଲେ। ସଭାଠାରୁ କିଛି ଦୂରରେ ଉଭୟ ବିଷ ପିଇ ଦେଇଥିଲେ। ପରିବାର ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା

Advertisment

ଭବାନୀପାଟଣା ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଭିଣୋଇ ତୁଳସୀରାମଙ୍କ ମୃତ୍ୟୁ ଘଟିଛି। ଶାଳୀ ଦେବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ଏନେଇ ଅଭିଯୋଗ ହେବା ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ- ଧର୍ମଗଡ଼ରୁ ଇଙ୍ଗିତ ପଣ୍ଡା

Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe